Home ଜିଲ୍ଲା ପରିକ୍ରମା ଯାଜପୁର ରୋଡ-ଆରଡି-ଧାମରା ରେଳପଥ ପାଇଁ ରେଳ ମନ୍ତ୍ରଣାଳୟ ତରଫରୁ ସର୍ଭେ ପାଇଁ ନିର୍ଦ୍ଦେଶ

ଯାଜପୁର ରୋଡ-ଆରଡି-ଧାମରା ରେଳପଥ ପାଇଁ ରେଳ ମନ୍ତ୍ରଣାଳୟ ତରଫରୁ ସର୍ଭେ ପାଇଁ ନିର୍ଦ୍ଦେଶ

15

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ରୋଡ- ଆରଡି-ଧାମରା ରେଳପଥ ନିର୍ମାଣ ପାଇଁ ବହୁ ଦିନ ହେବ ଦାବୀ ହୋଇ ଆସୁଥିଲା । ଏହି ରେଳପଥ ନିର୍ମାଣ ପାଇଁ ଅଂଚଳବାସୀ ଦାବୀ କରିବା ସହ ବହୁ ସମୟରେ ଦିଲ୍ଲୀ ,ଭୂବନେଶ୍ୱର ଏବଂ ଧାମରା ବନ୍ଦର ଗେଟ ଆଗରେ ରେଳରୋକ କରିବା ସହ କେନ୍ଦ୍ର ସରକାରଙ୍କ ଉଦ୍ୱେଶରେ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ରେଳପଥ ପାଇଁ ଫାଇନାଲ ଲୋକେସନ ସର୍ଭେ କରିବାକୁ ଇଷ୍ଟକୋଷ୍ଟ ରେଳବିଭାଗକୁ ନିର୍ଦେଶ ଦିଆଯାଇଛି । । ଯାଜପୁର ରୋଡ-ଧାମରା ପ୍ରସ୍ଥାବିତ ରେଳପଥ ଯାହାକି ଧାମରା ବାଣିଜ୍ୟିକ ବନ୍ଦର ,ଧାମରା ମାଛଧରା ବନ୍ଦର ,ଆରଡି ଆଖଣ୍ଡଳମଣି ତୀର୍ଥକ୍ଷେତ୍ର, ,ବିରଜା ତୀିର୍ଥକ୍ଷେତ୍ର, ଏବଂ ଯାଜପୁରର କଳିଙ୍ଗ ନଗରଶିଳ୍ପାଚଂଳ,ଆଦି ଗୁରୁତ୍ୱ ପୂର୍ଣ୍ଣ ସ୍ଥଳୀକୁ ସଂଯୋଗ କରିବ । ଏଥିସହ ଏହି ରେଳପଥ ନିର୍ମାଣ ହେଲେ ଭଦ୍ରକ-କେନ୍ଦ୍ରାପଡା ଜିଲ୍ଲାରେ ଥିବା ଭିତରକନିକା ଓ ପ୍ରତିରକ୍ଷା ବିଭାଗ ଅଧିନରେ ଥିବା ହ୍ୱିଲର ଦ୍ୱିପପୁଞ୍ଜର ଗୁରୁତ୍ୱ ବଢିବା ସଂଗେ ସଂଗେ ପର୍ଯ୍ୟଟନ , ପରିବହନ ଓ ଗମନାଗମନ କ୍ଷେତ୍ରରେ ବହୁ ସୁବିଧା ଉପଲବ୍ଧ ହେବ ବୋଲି ମତ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଏହି ରେଳପଥରେ ପାସେଞର ଟ୍ରେନ ଚଳାଚଳ କରିବାକୁ ି ଏହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଥିଲା ।

ଏହି ନୂତନ ରେଳପଥ ୯୬କି.ମି ଦୈଘ୍ୟ ବିଶିଷ୍ଟ ହୋଇଥିବା ବେଳେ ଏହି ରେଳପଥ ଯାଜପୁର (କେଉଁଝର ରୋଡରୁ ବାହାରି ଯାଜପୁର ଏବଂ ଆରଡି ହୋଇ ଧାମରା ବନ୍ଦରକୁ ଯୋଡିହେବ । ଏହି ଫାଇନାଲ ଲୋକେସନ ସର୍ଭେ ପାଇଁ ଆସିଥିବା ଚିଠି ପାଇବା ପରେ ଅଂଚଳରେ ସାଧାରଣ ଜନତାଙ୍କ ମନରେ ଖୁସିରେ ଲହରିଖେଳିଯାଇଛି । ଏଥିପାଇଁ ସେମାନେ ପୂର୍ବତନ ରେଳମନ୍ତୀ ତଥା ବର୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅସ୍ୱିନୀ ବୈଷ୍ଟବ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଭାରତୀୟ ମଜଦୁର ସଂଘର ଚନ୍ଦ୍ର ଶେଖର ଜେନା, ମନୋଜ ଲେଙ୍କା, ସମାଜସେବୀ ନରହରି ମଲ୍ଲିକ ଶ୍ରମିକ ନେତା ଦିବ୍ୟସିଂହ ନାୟକ,, ରାଧା ଦାସ, ମଳୟ ଭୋଇ, ଛାତ୍ର ନେତା ବିକାଶ ନାଥ, ଯୁବ ନେତା ବିଷ୍ଣୁ ଦାଶ,ଦୀପକ ଦାସ, ବିପ୍ଳବ ଜେନା,ଧାମରା ମତ୍ସ୍ୟଜିବୀ ସଂଘର ସମ୍ପାଦକ ପ୍ରଫୁଲ୍ଲ ଜେନା,କଂଗ୍ରେସ ନେତା ନରେନ୍ଦ୍ର ମାଇତି ,ଉମେଶ ମହାକୁଡ, ସୁରେନ୍ଦ୍ର ଜେନା, ବରିଷ୍ଟ ଆଇନଜିବୀ ପ୍ରଫୁଲ୍ଲ ପାଢୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଜେନ୍ଦ୍ର ପାତ୍ର, ବରିଷ୍ଠ ବାମପନ୍ଥୀ ନେତା ନବଘନ ସେନାପତି , ଧାମରା ଅଂଚଳର ବିଭିନ୍ନ ପଂଚାୟତର ସମସ୍ତ ବାସିନ୍ଦା ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.