Home ଓଡ଼ିଶା ଯାଜପୁର ଜିଲ୍ଲା ମାଧ୍ୟମିକ ବିଜ୍ଞାନ ଶିକ୍ଷକ ସଙ୍ଘ ପକ୍ଷରୁ ବିଶ୍ୱ ବିଜ୍ଞାନ ଦିବସ

ଯାଜପୁର ଜିଲ୍ଲା ମାଧ୍ୟମିକ ବିଜ୍ଞାନ ଶିକ୍ଷକ ସଙ୍ଘ ପକ୍ଷରୁ ବିଶ୍ୱ ବିଜ୍ଞାନ ଦିବସ

156

ଯାଜପୁର୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ନୋଡାଲ ହାଇସ୍କୁଲ ପରିସରରେ ଆଜି ଯାଜପୁର ଜିଲ୍ଲା ମାଧ୍ୟ ମିକ ବିଜ୍ଞାନ ଶିକ୍ଷକ ସଙ୍ଘ ପକ୍ଷରୁ ବିଶ୍ୱ ବିଜ୍ଞାନ ଦିବସ  ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର/ଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା ପରେ ସଭାକାର୍ଯ୍ୟ ସଭାପତି ମାଗୁଣି ଚରଣ ପୃଷ୍ଟିଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଭଦ୍ରକ ମହାବିଦ୍ୟାଳୟର ଫ୍ରଫେସର ଡଃ କମଳାକାନ୍ତ ଜେନା, ସମ୍ମାନୀତ ଅତିଥିଭାବେ ଡିପିସି ବିଷ୍ଣୁ ଚରଣ ସୂତାର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ବିଷ୍ଣୁ ଚରଣ ପଣ୍ଡ. ସଙ୍ଘ ଉପଦେଷ୍ଟା ସନ୍ତୋଷ କୁମାର ବିଶ୍ୱାଳ, ପାଣିକୋଇଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ସମ୍ପାଦକ ପ୍ରତାପ କୁମାର ପହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଦାନଗଦି ବ୍ଲକ ସଂଯୋଜିକା ଯୁଗପ୍ରଭା ସାବତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିରଂଜନ ସାମଲ ସଂଯୋଜନା କରିଥିଲେ । ଏହି ଅବସରରେ ୧୫ ଜଣ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ୪ଜଣ ଜାପାନ ଫେରନ୍ତା ଛାତ୍ର/ଛାତ୍ରୀଙ୍କ ସମେତ କ୍ୱିଇଜରେ ଜିଲ୍ଲାରୁ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର/ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.