Home ଓଡ଼ିଶା ଯାଜପୁର ଜିଲ୍ଲାରେ ତିନୋଟି ନଦୀରେ ବନ୍ୟା – ଜଣେ ବ୍ୟକ୍ତିଙ୍କର କାନ୍ଥ ପଡି ମୃତ୍ୟୁ ସହ...

ଯାଜପୁର ଜିଲ୍ଲାରେ ତିନୋଟି ନଦୀରେ ବନ୍ୟା – ଜଣେ ବ୍ୟକ୍ତିଙ୍କର କାନ୍ଥ ପଡି ମୃତ୍ୟୁ ସହ ଜିଲ୍ଲାରେ ବ୍ୟାପକ କ୍ଷତିହୋଇଥିବା ପ୍ରଶାସନର ସୂଚନା

121

ଯାଜପୁର୨୮ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଲଘୁଚାପ ଜନିତ ସୃଷ୍ଟି ହୋଇଥିବା ଲଗାଣ ବର୍ଷା ଫଳରେ ଯାଜପୁର ଜିଲ୍ଲାରେ ଜଣେ ୬ ମାସର ଶିଶୁ ମୃତ ବରଣ କରିବା ସହ ଜିଲ୍ଲାରେ ବ୍ୟାପକ କ୍ଷତି ହେଇଥିବା ବନ୍ୟାଞ୍ଚଳରୁ ହସ୍ତଗତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଜଳସ୍ତର ଆଜି ବିପଦ ସଂଙ୍କେତ ତଳେ ଥିବାବେଳେ ବ୍ରାହ୍ମଣୀ ଓ ଖରସ୍ରୋତାରେ ଜଳସ୍ତର ବିପଦ ସଂକେତ ଉପରେ ଗତି କରୁଛି। ଫଳରେ ଜିଲ୍ଲାର ୬ଟି ବ୍ଲକ ଯଥା ବରି, ବିଞ୍ଝାରପୁର, ରସୁଲପୁର, ଯାଜପୁର, ସୁକିନ୍ଦା ଓ କୋରେଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୧୩ଟି ଘାଇ ସୃଷ୍ଟି ହୋଇଛି। ବିଞ୍ଝାରପୁରର ମଲ୍ଲିପୁର ନିକଟରେ ଖରସ୍ରୋତା ନଦୀରେ ଏକ ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ଶତାଧିକ ଲୋକ ପାଣିଘେରରେ ଫସିରହିଛନ୍ତି। ବରି ବ୍ଲକ ଅରୁଆଳ ଓ ମାଟିପଡାରେ ବନ୍ୟା ଜଳରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ କଳାଖଣ୍ଡରେ ୬୦ ଫୁଟର ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବ୍ରାହ୍ମଣୀ ନଦୀରେ ବିପଦ ସଂକେତ ୨୩ ମିଟର ଥିବାବେଳେ ଦିନ ୧୧ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପି ୨୩.୪୬୦ ମିଟରରେ ପ୍ରବାହିତ ହେଉଛି। ଯାଜପୁର ବ୍ଲକ ପଣସା ପଞ୍ଚାୟତର ବେହେରାପାଟଣା ଗାଁରେ ମାଟି ଘରର କାନ୍ଥ ପଡ଼ି ୬ ମାସର ଶିଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଯାଜପୁର ରସୁଲପୁର ବ୍ଲକରେ ବ୍ରାହ୍ମଣୀ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି। ସାହାପଡ଼ାରେ ୫୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଘାଇ ମୁହଁରେ ଥିବା ରମଣୀ ରଞ୍ଜନ ଜେନାଙ୍କ ୨ ମହଲା କୋଠା ଭାସିଯିବା ଦେଖିବାକୁ ମିଳିଛି। ଜି‌ଲ୍ଲାରେ ପ୍ରବାହିତ ନଦୀ ଗୁଡିକରେ ଜଳସ୍ତର ଉର୍ଦ୍ଧ୍ୱ ଯୋଗୁ ଜି‌ଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ପଂଳରେ ତଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣ ଓ ଗୃହ ପାଳିତ ପଶୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଚ୍ଥନ୍ତି। ଏପରି କି, କେତେକ ସ୍ଥାନ ବାହ୍ୟ ଜଗତରୁ ବିଚ୍ଚ୍ଥିନ୍ନ ହୋଇଯାଇଛି। ଜି‌ଲ୍ଲାରେ ପ୍ରବାହିତ ନଦୀ ଗୁଡିକ ବିଭିନ୍ନ ସ୍ଥାନରେ ବିପଦ ସଂକେତର ଉର୍ଦ୍ଧ୍ୱରେ ପ୍ରବାହିତ ହେଉଚ୍ଥନ୍ତି। ତଦନୁକ୍ରମେ ଗତ ରାତ୍ର ୩ ଘଟିକା ଠାରୁ ଆଜି ଦିନ ୨ ଘଟିକା ପର‌୍ୟ୍ୟନ୍ତ ଜଳ ସ୍ତରର ଆକଳନ କରାଯାଇଛି। ତଦନୁସାରେ ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୩୭.୪୬ ମିଟର, ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୯.୨୯ ମିଟର, ବଲ୍ଲଭୀ ଘାଟ ଠାରେ ବିପଦ ସଂକେତ ୧୩.୩୪ ମିଟର ଥିବାବେଳେ ୧୪.୧୩ ମିଟର, ଦଶରଥପୁର ଠାରେ ବିପଦ ସଂକେତ ୯.୫୨ ମିଟର ଥିବାବେଳେ ୧୧.୮୨ ମିଟର ଜଳ ପ୍ରବାହିତ ହେଉଅଛି। ସେହିପରି ବ୍ରାହ୍ମଣୀ ନଦୀର ଯେନାପୁର ଠାରେ ବିପଦ ସଂକେତ ୬୭ ପୁଂଟ ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୭୧.୯୦ ପୁଂଟ, ଖରସ୍ରୋତା ନଦୀର ବିଂଝାରପୁର ଠାରେ ବିପଦ ସଂକେତ ୧୦.୩୦ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୦.୫୨ ମିଟର, ସିଂହପୁର ଠାରେ ବିପଦ ସଂକେତ ୬.୭୨ ମିଟର ଥିବାବେଳେ ୬.୯୪ ମିଟର ଜଳ ପ୍ରବାହିତ ହେଉଥିବାର ଜି‌ଲ୍ଲା ଜରୁରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି। ସମୁଦାୟ ଜି‌ଲ୍ଲାରେ ବିଗତ ବର୍ଷାର ପରିମାଣ ହାରାହାରି ୧.୧୬ ମି-ମି- ହୋଇଥିବାର ଆକଳନ କରାଯାଇଛି। ଅପରାହ୍ନ ୫ ଘଟିକା ସୁଦ୍ଧା ଜି‌ଲ୍ଲାର ବିଭିନ୍ନ ବ୍ଳ୍‌କରେ ୨୧ ଗୋଟି ଘାଇ ସୃଷ୍ଟି ହୋଇଛି ଓ ଏଥିଯୋଗୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଚ୍ଥନ୍ତି ବୋଲି ଜି‌ଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି। ରସୁଲପୁର ବ୍ଳ୍‌କର ଲେଙ୍କାସାହି, ଖଣ୍ଡାସ, ବନ୍ଧଡିହ, ସାମନ୍ତରାପୁର, ବ୍ରହ୍ମବରଦା, ବରୀ ବ୍ଳକର ଶଙ୍କରାକୁଳ, ମାଟିଆପଡା, ଭଅଁରା, ଆରୁଆଳ, ଯାଜପୁର ବ୍ଳ୍‌କର ଝାଲପଡା, କାକୁଡିକୁଦ, ଦଶରଥପୁରର ଦତପୁର, କମଳପୁର, ବିଂଝାରପୁରର ନୂଆବାଙ୍କ, ସୁକିନ୍ଦା ବ୍ଳ୍‌କର ମଙ୍ଗରାଜପୁରରେ ଘାଇ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଲୋକସଭା ସାଂସଦ ଶର୍ମାଷ୍ଠା ସେଠୀ, ଜି‌ଲ୍ଲାପାଳ ଶ୍ରୀଦାସ, କଳିଙ୍ଗନଗର ଅତିରିକ୍ତ ଜି‌ଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରସୁଲପୁର ବି-ଡି-ଓ- ଊମାକାନ୍ତ ପରିଡା, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଯାଜପୁର ବି-ଡି-ଓ- ସୈାରଭ ଚକ୍ରବର୍ତ୍ତୀ, ତହସିଲଦାର ସୁଶାନ୍ତ ପତି ପ୍ରମୁଖ ଯାଜପୁର ବ୍ଳ୍‌କର ଝାଲପଡା, କୁଝାଲା, ରସୁଲପୁର ବ୍ଳ୍‌କର ବ୍ରହ୍ମବରଦା, ବନ୍ଧଡିହ ପ୍ରଭୃତି ଘାଇ ଅଂଚଳକୁ ପରିଦର୍ଶନ କରିଥିଲେ। କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ୩ ଦିନର ରିଲିପଂ ପ୍ରଦାନ ପାଇଁ ଜି‌ଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଆଶ୍ରୟ ନେଇଥିବା ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ବି-ଡି-ଓ- ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଯାଜପୁର ବ୍ଳ୍‌କ ପଣସା ଗ୍ରାମର ଜନୈକ ବ୍ୟକ୍ତିଙ୍କର କାନ୍ଥ ପଡି ମୃତ୍ୟୁ ଘଟିଛି। ବ୍ୟାପକ ଧାନ ଜମି ଓ ପଂସଲ ଅଂଚଳର ଜଳ ପ୍ଳାବନ ଯୋଗୁ ପ୍ରଭାବିତ ହୋଇଥିବା ବେଳେ ପ୍ରଭାବିତ ଲୋକ ମାନଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ରଖାଯାଇଛି। ସେହିପରି ବିଭିନ୍ନ ବ୍ଳ୍‌କର ରାସ୍ତା ସନ୍ନିକଟ ଗ୍ରାମ ମାନଙ୍କରେ ପାଣି ପଶିବା କାରଣରୁ ଲୋକମାନେ ସେମାନଙ୍କ ଗୋରୁ ଗାଈର ଓ ଅନ୍ୟାନ୍ୟ ପଶୁ ପକ୍ଷୀଙ୍କୁ ରାସ୍ତା କଡରେ ଆଶ୍ରୟ ଦେଇଚ୍ଥନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ କୁଆଖିଆ ଠାରୁ ଯାଜପୁର ଟାଉନ ପର୍ଯ୍ୟନ୍ତ ରାସ୍ତାରେ ବଡ ଗାଡି ଚଳାଚଳକୁ ବନ୍ଦ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.