Home Coronavirus Outbreak ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ପାଇଁ ଆତଙ୍କିତ ନହେବାକୁ ରଜ୍ୟ ସରକାର ଦେଲେ ପରାମର୍ଶ

ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ପାଇଁ ଆତଙ୍କିତ ନହେବାକୁ ରଜ୍ୟ ସରକାର ଦେଲେ ପରାମର୍ଶ

144

ଭୁବନେଶର ୩୦-୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଗୋଟିଏ ଦିନରେ ଯାଜପୁର ଜିଲ୍ଲାରୁ ୧୭ ଜଣ କରୋନା ଚିହ୍ନଟ ହୋଇଛନ୍ତି। ଏହା ପରେ ଜିଲ୍ଲାବାସୀ ଆତଙ୍କିତ ନହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଟିତ ସାମ୍ବାଦିକ ସମ୍ବିଳନୀରେ ସରକାରଙ୍କ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ ଯାଜପୁର ଜିଲ୍ଲା ଦଣରଥଦୁର ବ୍ଲକ୍ କଟିକଟା ଅଞ୍ଚଳରୁ ଗୋଟିଏ ଦିନରେ ୧୭ ଜଣ କରୋନା ବାହାରିବା ପରେ ମଧ୍ୟ ଲୋକଙ୍କୁ ଡରିବାର କାରଣ ନାହିଁ। ଉକ୍ତ ଅଞ୍ଚଳରୁ ପ୍ରଥମେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର କଟିକଟାକୁ କଣ୍ଟେନମେଣ୍ଟ ଜୋନ ଭାବେ ପରିଣତ କରିଥିଲେ। ଆକ୍ରାନ୍ତମାନେ ପଶ୍ଚିମବଙ୍ଗରୁ ଆସିଥିଲେ। ଏହି ଅଞ୍ଚଳରେ ମୋଟ ୨୬୯ଟି ପରିବାର ରହୁଛନ୍ତି। ଏଠାରୁ ୨୦୦ ନମୁନା ସଂଗ୍ରହ କରାଯାଇଛି। ଅନ୍ୟମାନଙ୍କର ନମୁନା ମଧ୍ୟ ପର୍ଯ୍ୟାୟ କ୍ରମେ ନିଆଯାଇଛି। ଆଜି ସକାଳେ ୩ ଓ ଅପରାହ୍ନରେ୧୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଯେହେତୁ ଏମାନେ ଗୋଟିଏ କଣ୍ଟେନମେଣ୍ଟ ଜୋନରୁ ବାହାରିଛନ୍ତି, ସେଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ନଥିଲେ ବହୁ ଅସୁବିଧା ହୋଇଥାନ୍ତା। ଏଠାକାର ଲୋକେ ଅନ୍ୟ ଅଞ୍ଚଳକୁ ଯାଇ ସଂକ୍ରମଣ କରିଥାନ୍ତେ ବୋଲି ଶ୍ରୀ ସିଂହ କହିଛନ୍ତି। ସରକାର ଜନସାଧାରଣଙ୍କ ସୁରକ୍ଷା ପାଇଁ କଣ୍ଟେନମେଣ୍ଟ ଜୋନ କରିଛନ୍ତି। ପ୍ରବାସୀ ଭାଇ ଭଉଣୀମାନେ ଯେତେବେଳେ ଓଡ଼ିଶାକୁ ଫେରିବେ, ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ସହଯୋଗ କରିବାକୁ ଶ୍ରୀସିଂହ ଅନୁରୋଧ କରିଛନ୍ତିନ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.