Home ଜିଲ୍ଲା ପରିକ୍ରମା ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

141

ଯାଜପୁର ୧୨-୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ଭାବେ ଦୀର୍ଘ ୪ ବର୍ଷ ହେଲା କାର୍ଯ୍ୟକରିଥିବା ରଞ୍ଜନ କୁମାର ଦାସଙ୍କର ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ପଦନ୍ନୋତି ହୋଇ ବଦଳି ହୋଇଛି। ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଜିଲ୍ଲାପାଳ ଭାବେ ଶ୍ରୀଦାସ ଙ୍କର କାର୍ଯ୍ୟକାଳରେ ଜିଲ୍ଲା ପାଇଁ ହୋଇଥିବା ବିକାଶ ପାଇଁ ସମସ୍ତେ ତାଙ୍କୁ ମନେ ରଖିବେ। ନିଜର ୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହ ଓ ଆନ୍ତରିକତାର ସହ ପ୍ରତିପାଦିତ କରି ତାଙ୍କୁ ଉପଯୋଗ କରିବାର କଳା ତାଙ୍କ ଠାରୁ ଶିଖିବାର ଅଛି ବୋଲି କହିଥିଲେ। ଅନ୍ୟାନ୍ୟ ଓ କର୍ମଚାରୀଙ୍କ ସହାନଭୁତି ପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ନିଜ ବକ୍ତବ୍ୟରେ ଜିଲ୍ଲା ପ୍ରତି ନିଜର ଭଲପାଇବା ଓ କୃତଜ୍ଞତା ଜଣାଇ ଜିଲ୍ଲାପାଳ ବିଦାୟ ବେଳେ ଭାବୁକ ହୋଇଉଠିବା ଦେଖିବାକୁ ମିଳିଥିଲା। ଲୁହଝରା ଆଖିରେ ଯାଜପୁର ଜିଲ୍ଲା ତା‌ଙ୍କ ଚାକିରୀ ଜୀବନରେ ଏକ ସ୍ୱତନ୍ତ୍ର ଓ ସ୍ମରଣୀୟ ସ୍ଥାନ ହୋଇ ରହିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.