Home ଓଡ଼ିଶା ଯାଜପୁର କାରାଗାରରେ ଥିବା ଜଣେ କଏଦୀ କରୋନା ପଜେଟିଭ୍ ଚିହ୍ନଟ

ଯାଜପୁର କାରାଗାରରେ ଥିବା ଜଣେ କଏଦୀ କରୋନା ପଜେଟିଭ୍ ଚିହ୍ନଟ

83

ଯାଜପୁର୧୨ା୭(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସରକାରଙ୍କ ସୂଚନା ଅନୁଜାୟୀ ୯୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତ ୫ ଦିନ ମଧ୍ୟରେ ଜିଲ୍ଲାରେ ୨୦୦ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡିଛି। ଆଜି ଯାଜପୁର କାରାଗାରରେ ଥିବା ଜଣେ କଏଦୀ କରୋନା ପଜେଟିଭ୍ ଚିହ୍ନଟ ହେବା କାରାଗାରରେ ଥିବା ଅନ୍ୟ ଅନ୍ତେବାସୀ ଓ କର୍ମଚାରୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଘଟଣାରୁ ପ୍ରକାଶ ଜିଲ୍ଲାର ବିଂଝାରପୁର ପୁଲିସ ଏକ ହତ୍ୟାକାଣ୍ଡ ଘଟଣାରେ ଜଣେ ଆସାମୀଙ୍କୁ ବିହାର ରାଜ୍ୟରୁ ଗିରଫ କରି ଗତ ୯ ତାରିଖରେ ଯାଜପୁର କାରାଗାରକୁ କୋର୍ଟ ମାଧ୍ୟମରେ ଚାଲାଣ କରିଥିଲେ। ଆସାମୀ ଜଣକ ବାହାର ରାଜ୍ୟରୁ ଗିରଫ ହୋଇ ଆସିଥିବାରୁ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ଯେଷ୍ଟ ପାଇଁ ପଠାଯାଇଥିଲା। ତାଙ୍କର ସ୍ୱାବ ରିପୋଟ ପଜେଟିଭ୍ ଆସିବାରୁ ତାଙ୍କୁ ଆଜି ଏନସି କଲେଜ ଠାରେ ଥିବା କୋଭିଡ୍ ସ୍ଥାନାନ୍ତର କରାଯାଇଥିବା ଜେଲ୍ ସୁପରିଟେଣ୍ଡ ପ୍ରସନ୍ନ ସାହୁ ସୂଚନା ଦେଇଛନ୍ତି। ଏହାକୁ ନେଇ ଜେଲ୍‌ରେ ଥିବା ୧୧ଜଣ ଅନ୍ତେବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ଦେଖିବାକୁ ମିଳିଛି। ଜେଲ୍‌ରେ ଥିବା ଅନ୍ତେବାସୀଙ୍କ ସହ କର୍ମଚାରୀ ମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ଖୁବ ଶିଘ୍ର କରାଯିବ ବୋଲି ଜେଲ୍ ସୁପରିଟେଣ୍ଡ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.