Home ଓଡ଼ିଶା ଯାଜପୁରରେ ଏକ ନାଟ୍ୟମଣ୍ଡପ କରାଯିବ : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

ଯାଜପୁରରେ ଏକ ନାଟ୍ୟମଣ୍ଡପ କରାଯିବ : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

79

ଯାଜପୁର ୪ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁରରେ ଏକ ନାଟ୍ୟମଣ୍ଡପ କରାଯିବ ବୋଲି ପର୍ଯ୍ୟଟନ, ଓଡି଼ଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗୁରୁବାର ଅପରାହ୍ନରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସର୍କିଟ୍ ହାଉସଠାରେ ପହଂଚିବା ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ସରକାର ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଏକାଧିକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏହା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରାଯାଇ ଲୋକଙ୍କ ସେବାରେ ବିନିଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ। ଯାଜପୁର ଏକ କଳା ଓ ସଂସ୍କୃତି ସଂପନ୍ନ ଅଂଚଳଭାବେ ପରିଗଣିତ। ତେଣୁ ଏହି କଳା ଓ ସଂସ୍କୃତିକୁ ଆଗକୁ ଆଗେଇ ନେବାରେ ନାଟ୍ୟ ମଣ୍ଡପ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିବା ସହ ଏଥିପାଇଁ ସ୍ଥାନ ଚୟନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ରଂଜନ କୁମାର ଦାସ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ ପର୍ଯ୍ୟଟନର ସ୍ଥିତି, କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଓ ନିର୍ମାଣାଧିନ ପ୍ରକଳ୍ପ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି ଓ ଯେଉଁ ପ୍ରକଳ୍ପଗୁଡି଼କ ନିର୍ମାଣାଧିନ ରହିଛି ତାହାର ପୂର୍ଣ୍ଣାଙ୍ଗ ହେବାପରେ ପର୍ଯ୍ୟଟନ ଶିଳ୍ପର ଅଗ୍ରଗତିରେ ଏହା ସହାୟକ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବରାହ ମନ୍ଦିର ନିକଟରେ ପ୍ରସ୍ତୁତ ପର୍ଯ୍ୟଟନ ସଂଗ୍ରହାଳୟ ଓ ଅନ୍ୟାନ୍ୟ ନିର୍ମାଣାଧିନ ପ୍ରକଳ୍ପ, ବାରୁଣୀ ମହାଶ୍ମଶାନ, ବୈତରଣୀତଟ ଦେଶରେ ନିର୍ମିତ ଦଶାଶ୍ୱମେଧ ଘାଟ, ବିରଜା ପାନ୍ଥଶାଳା, କୁସୁମା ହ୍ରଦକୁ ପରିଦର୍ଶନ କରିବା ସହ ତାହାର ନିର୍ମାଣ କାର୍ଯ୍ୟ ଓ ଉନ୍ନୟନ ବ୍ୟବସ୍ଥା ପାଇଁ ସମୀକ୍ଷା କରିଥିଲେ। ସେହିପରି ବ୍ୟାସନଗରସ୍ଥିତ ବ୍ୟାସସରୋବର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଓ ଓଟିଡିସିର ଇଞ୍ଜିନିୟର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.