Home ଜିଲ୍ଲା ପରିକ୍ରମା ଯାଆଁଳ ଧରିବାକୁ ଯାଇ ଥିବା ମତ୍ସଜୀବୀର ମୃତ୍ୟୁ

ଯାଆଁଳ ଧରିବାକୁ ଯାଇ ଥିବା ମତ୍ସଜୀବୀର ମୃତ୍ୟୁ

52

ବାହାନଗା,୨୬ ।୨(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି ଗ୍ରାମର ଜଣେ ମତ୍ସଜୀବୀ ମାଛ ଧରିବାକୁ ଯାଇ ସମୁଦ୍ରରେ ତାର ମୃତ୍ୟୁ ହୋଇ ଥିବାର ଜଣାପଡ଼ିଛି । ମୃତକ ଜଣକ ହେଲେ ଇଞ୍ଚୁଡ଼ି ଗ୍ରାମର ପଞ୍ଚୁ ଦଳେଇ(୩୭) । ସେ ଶୁକ୍ରବାର ଦିନ ଚିଙ୍ଗୁଡ଼ି ଯାଆଁଳ ଧରିବାକୁ ଯାଇ ଥିଲେ । ସେଠାରୁ କିଛି ସମୟ ଫେରି ନଥିଲେ । ଫଳରେ କିଛି ମତ୍ସଜୀବୀ ମାନେ ସେମାନଙ୍କର ମୃତ ଦେହ କଣ୍ଟିଆଚିରା ନଦୀ ପଠାରୁ ପାଇ ଖବର ଦେଇ ଥିଲେ । ସୂଚନା ଅନୁସାରେ ପଞ୍ଚୁ ର ଘର ମଣ୍ଡଗାଁରେ ହୋଇ ଥିବା ବେଳେ ସେ ଇଞ୍ଚୁଡ଼ିରେ ଘର ଜୋଇଁଆ ଭାବେ ରହିଥିଲେ । ଯେଉଁ ଭଳି ଅବସ୍ଥାରେ ତାଙ୍କର ମୃତ ଦେହ ପଡ଼ି ଥିଲା ହତ୍ୟା ନା ଅସ୍ୱାବାଭିକ ମୃତ୍ୟୁ ତାହା ଅଞ୍ଚଳରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.