Home ଓଡ଼ିଶା ଯାଂଚ ପରେ ସମସ୍ତ ୨୩ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ

ଯାଂଚ ପରେ ସମସ୍ତ ୨୩ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ

201

ନୟାଗଡ଼, ୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ନୟାଗଡ଼ ଜିଲ୍ଳାର ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ୨୩ଜଚ୍ଚଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ଯାଂଚ ପ୍ରକିୟା ପରେ ସମସ୍ତ ପ୍ରାର୍ଥୀ ବୈଧ ଘୋଷଣା ହୋଇଛନ୍ତି। ଏହି ପ୍ରାର୍ଥୀମାନେ ହେଲେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡିରୁ ଡ.ଅରୁଣ କୁମାର ସାହୁ, ବିଜେପିର ଇରାନୀ ରାୟ, କଂଗ୍ରେସରୁ ମନୋଜ କୁମାର ସାହୁ, କଳିଙ୍ଗ ସେନାରୁ ଶ୍ରୀକାନ୍ତ ଦାଶ, ଆମ୍ବେଦକର କଂଗ୍ରେସରୁ ଶୁଭଲକ୍ଷ୍ମୀ ଦାଶ ଓ ସ୍ୱାଧୀନ ପ୍ରାର୍ଥୀଭାବେ ବଳରାମ ସାହୁ, ସନ୍ତୋଷ କୁମାର ପ୍ରଧାନ, ହେମନ୍ତ କୁମାର ପୃଷ୍ଟି ଓ ଗିରିଧାରୀ ରାଉତ। ସେହିପରି ରଣପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ସତ୍ୟନାରାୟଣ ପ୍ରଧାନ, ବିଜେପିରୁ ସୁରମା ପାଢୀ, କଂଗ୍ରେସରୁ ଶୁଭଶ୍ରୀ ପଣ୍ଡା, ସିପିଏମରୁ ନିତ୍ୟାନନ୍ଦ ପରିଡ଼ା, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକର ଦେବରାଜ ସାହୁ, ବହୁଜନ ସମାଜପାର୍ଟିର କୁଳମଣି ନାୟକ, କଳିଙ୍ଗ ସେନାର ରେଣୁବାଳା ମହାନ୍ତି, ସ୍ୱାଧୀନ ପ୍ରାର୍ଥୀ ଭାବେ ସନ୍ତୋଷ କୁମାର ସାହୁ, ରଣଜିତ ପଟ୍ଟନାୟକ ଓ ରବୀନ୍ଦ୍ର କୁମାର ମହାପାତ୍ର, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ସୌମ୍ୟରଂଜନ ପଟ୍ଟନାୟକ, ବିଜେପିରୁ ସିଦ୍ଧାର୍ଥ ଶେଖର ସିଂହ, କଂଗ୍ରେସରୁ ବସନ୍ତ କୁମାର ମହାରଣା ଏବଂ ସ୍ୱାଧୀନ ପ୍ରାର୍ଥୀଭାବେ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.