ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମର ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଆଜି ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଓ କଟକ ଜୁଭେନାଇଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି । ଜୁଭେନାଇଲ କ୍ଲବ ଟସ ଜିଣି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମଣ୍ଣିଂଷ୍ଟାର ଦଳ ପ୍ରଥମେ ବ୍ୟାଟିଂ କରି ୨୪.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୪୫ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଅଭିଳାଷ ରାଉତରାୟ ୬୭ ବଲ ରୁ ୬୬ ରନ ଓ ଦିବ୍ୟଜ୍ୟୋତି ଚକ୍ରବର୍ତ୍ତି ୧୨ ବଲ ରୁ ୨୨ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ସାଈଦୀପ ମହାପାତ୍ର ୫ ଓଭର ବୋଲିଂ କରି ୩ ମେଡେନ ସହ ୪ ରନ ଦେଇ ୩ଉଇକେଟ ଓ ସତ୍ୟ ତ୍ରିପାଠୀ ୫ ଓଭର ବୋଲିଂ କରି ୪୫ ରନ ଦେଇ ୩ ଉଇକେଟ ହାସଲ କରଥିଲେ । ଜବାବରେ ଜୁଭେନାଇଲ ଦଳ ୨୫ ଓଭରରେ ୮ ଉଇକେଟ ହରାଇ ୧୩୯ ରନ କରି ପରାଜିତ ହୋଇଥିଲା । ମର୍ଣ୍ଣିଂଷ୍ଟାର ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।
ଦଳର ବ୍ୟାଟ୍ସମ୍ୟାନ ସତ୍ୟପ୍ରକାଶ ତ୍ରିପାଠୀ ୩୬ ବଲ ରୁ ୪୨ ରନ ଓ ରାମଚନ୍ଦ୍ର ବେହେରା ୨୨ ବଲ ରୁ ୨୪ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ଭବ୍ୟ ବେହେରା ୫ ଓଭର ବୋଲିଂ କରି ୨୨ ରନ ବିନିମୟରେ ୩ ଉଇକେଟ ଓ ନଜରୁଲ ଖାଁ ୫ ଓଭର ବୋଲିଂ କରି ୨୬ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ମର୍ଣ୍ଣିଂଷ୍ଟାର ଦଳର ଖେଳାଳି ଅଭିଳାଷ ରାଉତରାୟଙ୍କୁ ଯୁବ କ୍ରିକେଟର ପ୍ରଜ୍ଞାନ କୁମାର ପଣ୍ଡା ପୁରସ୍କୃତ କରିଥିଲେ । ଜଗନ୍ନାଥ ଦାସ ଓ ସତ୍ୟବ୍ରତ ଜେନା ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ । କିଶାନ ମନୋହର ମହାନ୍ତି ମ୍ୟାଚ ସ୍କୋରର ଓ ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଥିଲେ । ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ । କ୍ଲବର ସଭାପତି ତପନ ପ୍ରଧାନ, ଚେୟାରମ୍ୟାନ ସୁଧାଂଶୁ ରାଉତ, ସମ୍ପାଦକ ପ୍ରତାପ ପଣ୍ଡା, ପରିଚାଳକ ଉମେଶ ସ୍ୱାଇଁ, ସଦସ୍ୟ ସମୀର ରଥ, ସାଗର ରଥ, ପ୍ରଭୁକଲ୍ୟାଣ ସାମଲ, ଦିଲ୍ଲିପ ପୃଷ୍ଟି, ରାଜକିଶୋର ପଣ୍ଡା, ସିମନ୍ତ ରଥ, ମାନସ ନନ୍ଦ, ବିକାଶ ବିନ୍ଧାଣି, ପ୍ରକାଶ ବିନ୍ଧାଣି, ତପନ ସେଠୀ, ଶମ୍ଭୁନାଥ ସେଠୀ, ସଚ୍ଚିନ ରଥ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ । ମଙ୍ଗଳବାର ପୁରୀ ମହାବୀର ସ୍ପୋଟିଂ ଓ ଭୁବନେଶ୍ୱର ଜାଗୃତି ଏକାଡେମୀ ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।