Home ଜିଲ୍ଲା ପରିକ୍ରମା ଏବେବି ବାଉଁଶ ପୋଲ ଭରସା

ଏବେବି ବାଉଁଶ ପୋଲ ଭରସା

63

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଯୋଜନା ପରେ ଯୋଜନା ତିଆରିକରି ଲୋକଙ୍କ ସୁବିଧା ପାଇଁ ରାସ୍ତାଘାଟ ଓ ପୋଲ ନିର୍ମାଣ କରୁଥିବାବେଳେ ଏବେବି ଗାଁର ଲୋକମାନେ ଏହି ସୁବିଧାରୁ ବଂଚିତ ହେଉଛନ୍ତି । ଏମିତିଏକ ଘଟଣା ଦେଖିବାକୁମିଳିଛି ଭଦ୍ରକ ଜିଲା ଧାମନଗର ବ୍ଳକ ଖଡ଼ିପଦା ପଂଚାୟତର । ସୂଚନାଥାଉକି ଖଡ଼ିପଦା ପଂଚାୟତର ଦକ୍ଷୀଣକୁରୁଆ ଗ୍ରାମର ବାବାଜୀ ପାଣିଗ୍ରାହୀ ରହୁଥିବାବେଳେ ତାଙ୍କର ପାରିବାରିକ ଗଣ୍ଡଗୋଳ ପଡ଼ୋଶୀଙ୍କ ସହ ଥିବାରୁ ସେମାନେ ତାଙ୍କୁ ରାସ୍ତା ଛାଡ଼ୁନାହାନ୍ତି । ଏନେଇ ବାବାଜୀ ପାଣିଗ୍ରାହୀଙ୍କ ପକ୍ଷରୁ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ସହିତ ଏକ ଟୁଇଟ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଓ ଧାମନଗର ବିଡ଼ିଓଙ୍କୁ ଘଟଣାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ବିଡ଼ିଓ ଶ୍ରୀ ଦୁର୍ଗାଚରଣ ମୁର୍ମୁ, ପଂଚାୟତସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳେ ପହଂଚି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଆଜକୁ କିଛିବର୍ଷ ହେବ ପୂରିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ବର୍ଷା ଓ ବନ୍ୟାରେ ଶ୍ରୀ ପାଣିଗ୍ରାହୀ ଘରୁ ବାହିପାରୁନଥିଲାବେଳେ ବହୁଦୁଃଖ କଷ୍ଟରେ ନିଜେଏକ ବାଉଁଶଚାରା ତିଆରିକରି ଯିବାଆସିବା କରୁଛନ୍ତି । ଏଣୁ ଏ ଦିଗରେ ଜିଲ୍ଳା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେବା ସହିତ ଘଟଣାର ସମାଧାନ ପାଇଁ ବାବାଜୀ ପାଣିଗ୍ରାହୀଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.