Home ଜିଲ୍ଲା ପରିକ୍ରମା ଯଶୀପୁର ଠାରେ ଓଷ୍ଟା ପକ୍ଷରୁ ୪୨ତମ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ସୁରଭି କାର୍ଯ୍ୟକ୍ରମ

ଯଶୀପୁର ଠାରେ ଓଷ୍ଟା ପକ୍ଷରୁ ୪୨ତମ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ସୁରଭି କାର୍ଯ୍ୟକ୍ରମ

4

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ୪୨ତମ ବାର୍ଷିିକ ଶିଶୁ ଉତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ଯଶୀପୁର ଠାରେ ଥିବା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଉଟି ସମବାୟ ଫେଡେରେସନ ର ସଭାପତି ପ୍ରତାପ ଚନ୍ଦ୍ର ଧଳ , ବିଶିଷ୍ଟ ଅତିଥି ଭାବେ ଓଷ୍ଟା ର ଭଦ୍ରକ ଜିଲ୍ଲା ସଂପାଦକ ପ୍ରଭାତ କୁମାର ପାଣିଗ୍ରାହୀ , ମୁଖ୍ୟବକ୍ତା ଭାବେ ଓଷ୍ଟାର କାର୍ଯ୍ୟାକାରୀ ସଭାପତି ଅନିଲ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଉଦଯାପିତ ଉତ୍ସବରେ ଅଶୋକ କୁମାର ବାରିକ, ଗୌରହରି ନାୟକ , ରଙ୍ଗଲାଲ ମଣ୍ଡଳ ଏବଂ ପାରେଶ୍ୱର ଦାସ ପ୍ରମୁଖ ମଂଚାସୀନ ଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ୨୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ କୁଇଜ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଏକକ ଅଭିନୟ, କଣ୍ଠ ସଂଗୀତ, ଗଳ୍ପ ଲିଖନ, କବିତା ରଚନା, ଆବୃତି, ଡିବେଟ ଏବଂ ଏକକ ନୃତ୍ୟ ଏହିପରି ୧୦ଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନ ଉତ୍ସବରେ କୃତୀ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ସେଠାରୁ ବିବେଚିତ ହେବା ପରେ ସେମାନଙ୍କୁ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ସୃଷ୍ଟି କରାଯିବା ପାଇଁ ସୁରଭି ଏକ ମାଧ୍ୟମ ବୋଲି ମଂଚାସୀନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମତପ୍ରକାଶ ପାଇଥିଲା। ଆଜି ହୋଇଥିବା ଏହି କାର୍ଯ୍ୟକ୍ରମରେ ତୁଷାରକାନ୍ତ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଭାକର ପରିଡା ସଂପାଦକୀୟ ବିବରଣୀ ପାଠ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ କୁମାର ମୁଦୁଲି ସଭାପତିତ୍ୱ କରିବା ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.