Home ଜିଲ୍ଲା ପରିକ୍ରମା ଯଶସ୍ୱୀ ମାଆ ପାତିଆ ରାଉଳଙ୍କୁ ଶ୍ରଦ୍ଧାଞ୍ଜଳୀ

ଯଶସ୍ୱୀ ମାଆ ପାତିଆ ରାଉଳଙ୍କୁ ଶ୍ରଦ୍ଧାଞ୍ଜଳୀ

13

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମର ଅନ୍ୟତମ ସମାଜସେବିକା, ପରୋପକାରୀ, ଯଶସ୍ୱୀ ମାଆ ପାତିଆ ରାଉଳଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇବା ପୂର୍ବକ ଏକ ସ୍ମୃତି ଚାରଣ ସଭା ତାଙ୍କ ନିଜ ଗ୍ରାମ ରାମକୃଷ୍ଣପୁର ଠାରେ ବରିଷ୍ଠ ଆଇନଜୀବୀ ଅଗଣି ଚରଣ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସୁବ୍ରତ ମହାନ୍ତି, ରାମକୃଷ୍ଣପୁର ଗ୍ରାମ ପଂଚାୟତର ସରପଂଚ ହିରେନ୍ଦ୍ର ଖିଲାର, କଂଗ୍ରେସ ନେତା ବିଶ୍ୱମ୍ବର ପଣ୍ଡା, କଂଗ୍ରେସ ନେତା ସତ୍ୟ ପ୍ରଧାନ, ଆଇନଜୀବୀ ଲକ୍ଷ୍ମଣ କର, ଆଇନଜୀବୀ ଅଭୟ ରଥ, ଚାଷୀ ନେତା ବୀରସେନ ଯେନା, ମହିଳା ନେତ୍ରୀ କମଳା ଯେନା, ମହୁରିର ସଂଘ ଜିଲ୍ଲା ସଭାପତି ରାମଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗଦେଇ ମାତା ପାତିଆ ରାଉଳଙ୍କ ସ୍ମୃତି ଚାରଣ କରିଥିଲେ । ଜଣେ ଆଦର୍ଶ ମାଆ ଭାବେ ସମଗ୍ର ରାମକୃଷ୍ଣପୁର ଗ୍ରାମର ସମସ୍ତ ଶିଶୁ ମାନଙ୍କୁ ନିଜ ପଣତରେ କିପରି ବାନ୍ଧି ରଖୁଥିଲେ ଏବଂ ଅଳ୍ପ ପାଠ ପଢି ” ବସୁଧୈବ କୁଟୁମ୍ବ କମ୍‌” ଚେତନାରେ ସେ କିପରି ଉଦବୃତ ଥିଲେ ସେ ସଂପର୍କରେ ସ୍ମୃତି ଚାରକ ମାନେ ଆଲୋଚନା କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ତାଙ୍କ ଜ୍ୟୋଷ୍ଠପୁତ୍ର ଭଦ୍ରକ ରାନ୍ଦିଆ ସ୍ଥିତ ଫେକର କଂପାନି ର କର୍ମଚାରୀ ତଥା କର୍ମଚାରୀ ନେତା ଦାମୋଦର ରାଉଳ, କନିଷ୍ଠ ପୁତ୍ର ଭଦ୍ରକ ଜିଲ୍ଲା ଜଜ୍ କୋର୍ଟ ର ବରିଷ୍ଠ ମହୁରିର ରାମଚନ୍ଦ୍ର ରାଉଳଙ୍କ ସମେତ ଭଦ୍ରକ ଜିଲ୍ଲା ଜଜ୍ କୋର୍ଟ ର ବହୁ ଓକିଲ, ମହକିଲ ଓ ରାମକୃଷ୍ଣପୁର ଗ୍ରାମ ପଂଚାୟତର ଶତାଧିକ ସାଧାରଣ ଜନତା ଉପସ୍ଥିତ ହୋଇ କଲ୍ୟାଣମୟୀ ମାଆ ପାତିଆ ରାଉଳଙ୍କ ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.