Home ଅପରାଧ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ୬ ମୃତ ୨ ଆହତ

ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ୬ ମୃତ ୨ ଆହତ

740

ଋାୟପୁର୪ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମାଓବାଦୀ ଦମନ ପାଇଁ ରାୟପୁର ନାରାୟଣପୁର ଜିଲ୍ଲା କଡେନାରେ ଅଞଳରେ ନିୟୋଜିତ ଥିବା ଆଇଟିବିପି (ଇଣ୍ଡୋ ତିଦ୍ଦତୀୟ ବର୍ଡର ପୁଲିସ) ଯବାନ ମାନଙ୍କ ମଧ୍ୟରେ ଗୁଳିବିମୟରେ ୬ ଜଣ ଯବାନ ମୃତ୍ୟୁ ବରଣ କରିବା ସହ ୨ ଜଣ ଗୁରୁତର ହୋଇଥିବା ନାରାୟଣପୁର ଜିଲା ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି। ନାରାୟଣପୁର ଜିଲା ମୁଖ୍ୟାଳୟଠାରୁ ୬୦ କିଲୋମିଟର ଦୂର କଡ଼େନାର ଅଞ୍ଚଳରେ ଆଇଟିବିପି ଯବାନମାନେ ମାଓବାଦୀ ଦମନ ଅଭିଯାନରେ ମୁତୟନ ଥିଲେ। ଯବାନଙ୍କ ଶିବିରରେ କୌଣସି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଯବାନମାନଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା। କିଛି ଯବାନ ସର୍ଭିସ ବନ୍ଧୁକରୁ ପରସ୍ପରଙ୍କୁ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.