Home ଜିଲ୍ଲା ପରିକ୍ରମା ଯନ୍ତ୍ରୀଙ୍କୁ ପଂଚାୟତ ବଂଟନ,ଅଦଳ ବଦଳର କାରଣ ଅସ୍ପଷ୍ଟ , ଜିଲ୍ଲାପାଳଙ୍କ ନିର୍ଦେଶ ବନାମ ବିଡିଓଙ୍କ ନିର୍ଦେଶ

ଯନ୍ତ୍ରୀଙ୍କୁ ପଂଚାୟତ ବଂଟନ,ଅଦଳ ବଦଳର କାରଣ ଅସ୍ପଷ୍ଟ , ଜିଲ୍ଲାପାଳଙ୍କ ନିର୍ଦେଶ ବନାମ ବିଡିଓଙ୍କ ନିର୍ଦେଶ

9

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ପଂଚାୟତ ସମିତିରେ ଥିବା ୮ଜଣ ଯନ୍ତ୍ରୀ ଏବଂ କନିଷ୍ଠଯନ୍ତ୍ରୀଙ୍କ ମଧ୍ୟରେ ପଂଚାୟତ ବଂଟନ କରାଯାଇଛି। କେଉଁ ପରିସ୍ଥିତିରେ ଆଗରୁ ବଂଟନ କରାଯାଇଥିବା ପଂଚାୟତକୁ ପୁନଃ ବଂଟନ କରଗଲା ତାହା ୩୬ ପଂଚାୟତବାସୀ ଏବଂ ଚାନ୍ଦବାଲି ଏନଏସି ବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି।ସହକାରୀ ଯନ୍ତ୍ରୀ ଅମୀୟ କୁମାର ପଲେଇଙ୍କୁ ୬ଟି ପଂଚାୟତ ଦାୟିତ୍ୱ ସହ ଚାନ୍ଦବାଲି ଏନଏସିର ୭ଟି ଓାର୍ଡ ଦାୟିତ୍ୱ ଦିଆଯାଇଥିବା ବେଳେ ଧନଞୟ ମହାପାତ୍ରଙ୍କୁ ୫ଟି ପଂଚାୟତ ଦାୟିତ୍ୱ, ସହକାରୀ ଯନ୍ତ୍ରୀ ଯଦୁ ଟୁଡୁଙ୍କୁ ୬ଟି ପଂଚାୟତ ଦାୟିତ୍ୱ, ବିଶ୍ୱଜିତ ଦାସଙ୍କୁ ୬ଟି ପଂଚାୟତ ଦାୟିତ୍ୱ, ଅଭୟ ଜେନାଙ୍କୁ ୫ଟି ପଂଚାୟତ ଦାୟିତ୍ୱ,ଅଜୟ ମୁର୍ମୁଙ୍କୁ ୩ଟି ପାଂୟତ ଏବଂ ଚାନ୍ଦବାଲି ଏନଏସିର ୮ଟି ଓାର୍ଡ, ଆଶାଶ୍ରୀ ସାହୁଙ୍କୁ ୨ଟି ପଂଚାୟତ ଦାୟିତ୍ୱ ଏବଂ ନୂତନ ଭାବେ ଯୋଗ ଦେଇଥିବା ସହକାରୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ମଲିକଙ୍କୁ ୩ଟି ପଂଚାୟତ ଦାୟିତ୍ୱ ଦିଆ ଯାଇଛି। ଚାନ୍ଦବାଲି ବିଡିଓ ଚଳିତ ମାସ ୧ ତାରିଖରେ ପତ୍ରସଂଖ୍ୟା ୨୯୫୪ ରେ ଏହି ନିର୍ଦେଶ ନାମା ଜାରୀ କରିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଗତ ୧୩ ଜୁଲାଇ ୨୦୨୫ରେ ଭଦ୍ରକ ଜିଲ୍ଲାପାଳ ଚାନ୍ଦବାଲି ବ୍ଲକରେ କାର୍ଯ୍ୟରତ ଜଡୁ ଟୁଡୁଙ୍କର ସହକାରୀ ଯନ୍ତ୍ରୀ ଭାବେ ପ୍ରମୋଶନ ପାଇଥିବା ବେଳେ ତାଙ୍କୁ ତିହିଡି ବ୍ଲକକୁ ଜିଲ୍ଲାପାଳ ମହୋଦୟ ବଦଳି କରିଥିଲେ ମାତ୍ର ସେହି ବଦଳି ଅନୁଯାଇ ତାଙ୍କୁ ବଦଳି କରା ନଯାଇ କିପରି ଚାନ୍ଦବାଲି ବିଡିଓ ମହୋଦୟ ପୁନଃ ଚାନ୍ଦବାଲି ବ୍ଲକରେ ତାଙ୍କୁ ସହକାରୀ ଯନ୍ତ୍ରୀ ଭାବେ ୬ଟି ପଂଚାୟତ ଦାୟିତ୍ୱ ଦେଲେ ତାହା ତଦନ୍ତ ସାପେକ୍ଷ । କଣ ଭଦ୍ରକ ଜିଲ୍ଲାପାଳଙ୍କ ପତ୍ର କୁ ବେଖାତିର କରି ଚାନ୍ଦବାଲି ବିଡିଓ ନିଜ ଇଛାରେ ଏହି ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି ଦେବା କେତେଦୂର ଗ୍ରହଣୀୟ ତାହା ଜିଲ୍ଲା ବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ହୋଇପଡିଛି। କଣ ଜିଲ୍ଲାର ଜିଲ୍ଲାପାଳଙ୍କ ପଦ ମର୍ଯ୍ୟାଦା ଆଗେ ଅଥବା ଚାନ୍ଦବାଲି ବିଡିଓଙ୍କ । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବନାମ ଓଡିଶା ପ୍ରଶାସନିକ ସେବା ଅଧିକାରୀ କାହାଙ୍କ କଥା କେତେଦୂର ଗ୍ରହଣୀୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.