Home ଜିଲ୍ଲା ପରିକ୍ରମା ଯଦୁପୁରରେ ଅରୁଣ ସାହୁଙ୍କ ନିର୍ବାଚନ ପ୍ରଚାର କ୍ରିଦାଶପୁର ପଂଚାୟତ ଅନ୍ୟ ପଂଚାୟତ ପାଇଁ ଏକ ନୂଆ...

ଯଦୁପୁରରେ ଅରୁଣ ସାହୁଙ୍କ ନିର୍ବାଚନ ପ୍ରଚାର କ୍ରିଦାଶପୁର ପଂଚାୟତ ଅନ୍ୟ ପଂଚାୟତ ପାଇଁ ଏକ ନୂଆ ଆଦର୍ଶ ସୃଷ୍ଟି କରିଛି

41

ନୟାଗଡ଼, ୧୭ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଂଚାୟତର ଯଦୁପୁରରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନିର୍ବାଚନୀ ପ୍ରଚାରବେଳେ ଗ୍ରାମବାସୀ ତଥା ମହିଳାମାନେ ମନ୍ତ୍ରୀଙ୍କୁ ଆବେଗଭରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ମନ୍ତ୍ରୀ ଡ.ସାହୁ ଘରକୁ ଘର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଥିବାବେଳେ ମହିଳାମାନଙ୍କ ହୁଳହୁଳି ଧ୍ୱନିରେ ଗାଁ ଦାଣ୍ଡରେ ଏକ ସ୍ୱତନ୍ତ୍ର ଆନନ୍ଦ ଉଲ୍ଲାସର ମାହାଲ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିଲା। ଯଦୁପୁର ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଡ.ସାହୁଙ୍କ ନାଁକୁ ନେଇ ଯେଉଁ ବିବାଦ ଉପୁଜିଥିଲା ଯଦୁପୁର ଗାଁରେ ମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାରରେ ସେମିତି କିଛି ବିରୋଧ ଭାବ ଅନୁଭୂତ ହେଉଥିଲା ଭଳି ମନେ ହେଉନଥିଲା। ବରଂ ଲୋକମାନେ ମନ୍ତ୍ରୀଙ୍କ ସାଥୀରେ ପ୍ରଚାରରେ ବହୁ ସଂଖ୍ୟାରେ ସାମିଲ ହୋଇ ତାଙ୍କ ସାଥୀରେ ବୁଲି ଅରୁଣଙ୍କ ଜୟ ଜୟକାର ଧ୍ୱନି ଦେଉଥିବା ଦେଖିବାକୁ ମିଳିଥିଲା। ଏପରିକି ମନ୍ତ୍ରୀ ଯେଉଁ ଘରକୁ ଯାଉଥିଲେ ହୁଳହୁଳି ଧ୍ୱନି ସହିତ ମହିଳାମାନେ ତାଙ୍କୁ ଘେରିଯାଇ ନିଜ ନିଜ ସମ୍ମତି ପ୍ରକାଶ କରୁଥିଲାବେଳେ ଗାଁ ଦାଣ୍ଡର ଦୁଇପାର୍ଶ୍ୱରେ ଲୋକମାନେ ଠିଆହୋଇ ବିଜେଡି ଜିନ୍ଦାବାଦ, ଅରୁଣ ସାହୁ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ଶଙ୍ଖଚିହ୍ନ ଜିନ୍ଦାବାଦ କହି ଅରୁଣଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିଲେ। ଅରୁଣ ମଧ୍ୟ ଯଦୁପୁର ଗ୍ରାମବାସୀଙ୍କ ଗହଣରେ ଗାଁ ଦାଣ୍ଡ ପରିକ୍ରମା କରି ହାତ ଯୋଡ଼ି ଭୋଟ ଭିକ୍ଷା କରୁଥିବାବେଳେ ଲୋକଙ୍କ ଭାବପୂର୍ଣ୍ଣ ଆବେଗରେ ବେଶ୍ ଖୁସି ଥିବା ପ୍ରତ୍ୟୟମାନ ହେଉଥିଲା। ଅନ୍ୟପକ୍ଷରେ ନୟାଗଡ଼ ବ୍ଳକ କ୍ରିଦାଶପୁର ପଂଚାୟତର ଜେମାଦେଇପୁର ସେବା ସମବାୟ ସମିତି ପଡ଼ିଆରେ ମନ୍ତ୍ରୀ ଡ. ସାହୁ ଏକ ନିର୍ବାଚନୀ ସଭାରେ ଯାଗଦେଇ କ୍ରିଦାଶପୁର ପଂଚାୟତରେ ପ୍ରତିଦ୍ୱନ୍ଦିତା କରୁଥିବା କେତେକ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ବିଜେଡି ଦଳର ସମର୍ଥୀତ ପ୍ରାର୍ଥୀଙ୍କୁ ଅପ୍ରତିଦ୍ୱନ୍ଦିଭାବେ ନିର୍ବାଚିତ କରିବାର ସୁଯୋଗ ଦେଇଥିବାରୁ କ୍ରିଦାଶପୁର ପଂଚାଂୟତ ଏକ ନୂଆ ଆଦର୍ଶ ସୃଷ୍ଟି କରିପାରିଛି ବୋଲି କହିଥିଲେ। ସେହିପରି ବିରୁଡ଼ା, ଇଟାମାଟି, ଜହ୍ନପଦା, ବାଲୁଗାଁ, ନବଘନପୁର, ବଡ଼ପଣ୍ଡୁସର ଆଦି ପଂଚାୟତର ନିର୍ବାଚନୀ ସଭାରେ ମନ୍ତ୍ରୀ ଡ.ଅରୁଣ ସାହୁ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ବିପୂଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ମୋହର ମାରି ମୁଖ୍ୟମନ୍ତ୍ରୀଙ୍କ ହତାମୁଠାକୁ ଟାଣ କରିବାକୁ ମନ୍ତ୍ରୀ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.