Home ଜିଲ୍ଲା ପରିକ୍ରମା ଯକ୍ଷ୍ମା ରୋଗୀଙ୍କୁ ସହାୟତା ରାଶି ନମିଳିବା ନେଇ ଅସନ୍ତୋଷ

ଯକ୍ଷ୍ମା ରୋଗୀଙ୍କୁ ସହାୟତା ରାଶି ନମିଳିବା ନେଇ ଅସନ୍ତୋଷ

7

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଯକ୍ଷ୍ମା ରୋଗୀମାନଙ୍କୁ ସୁଷମ ଖାଦ୍ୟ ଖାଇବା ପାଇଁ ୧ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉଛି। ଯକ୍ଷ୍ମା ରୋଗୀମାନେ ସାଧାରଣତଃ ଦୁର୍ବଳ ହୋଇଥିବାରୁ ସେମାନଙ୍କୁ ସୁଷମ ଖାଦ୍ୟ ପାଇଁ ସରକାର ଏହି ସହାୟତା ରାଶି ପ୍ରଦାନ କରୁଛନ୍ତି। ମାତ୍ର ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯକ୍ଷ୍ମା ବିଭାଗ ଅଧୀନରେ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ୪ମାସ ଧରି ସହାୟତା ରାଶି ମିଳିନାହିଁ। ଯେଉଁଥିପାଇଁ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ସହାୟତା ରାଶି ପାଇବା ପାଇଁ ବାରମ୍ବାର ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ବୁଧବାର ଓରଡ଼ା ଗ୍ରାମର ରାମଚନ୍ଦ୍ର ମଳିକ, ବୋଡ଼କ ଗ୍ରାମର ମାଳତୀ ସାମଲ, ସାନ ଓରାଳି ଗ୍ରାମର ଅମୂଲ୍ୟ ମଳିକ ପ୍ରମୁଖ ଯକ୍ଷ୍ମା ରୋଗୀ ଡାକ୍ତରଖାନାର ଯକ୍ଷ୍ମା ବିଭାଗକୁ ସହାୟତା ରାଶି ନପାଇବା ନେଇ ବୁଝିବାକୁ ଆସିଥିଲେ। କିଛି ରୋଗୀଙ୍କ ବ୍ୟାଙ୍କ ଜମା ଖାତାକୁ ୪ମାସ ହେବ ସହାୟତା ରାଶି ଯାଇନାହିଁ। ଯେଉଁଥିପାଇଁ ସେମାନେ ସୁଷମ ଖାଦ୍ୟ ଖାଇବାରୁ ବଂଚିତ ହୋଇଛନ୍ତି। ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ଯକ୍ଷ୍ମା ବିଭାଗ ଅଧୀନରେ ୬୫ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି। ଯକ୍ଷ୍ମା ରୋଗୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ମାତ୍ର ରୋଗୀମାନେ ଔଷଧ ଖାଇବା ପରେ ସେମାନଙ୍କର ପାଶ୍ୱର୍ ପ୍ରତିକ୍ରିୟା ନହେବା ପାଇଁ ସୁଷମ ଖାଦ୍ୟ ଖାଇବାକୁ ସରକାରଙ୍କ ଠାରୁ ସହାୟତା ରାଶି ଯୋଗାଇ ଦିଆଯାଉଛି। ଯେଉଁ ରୋଗୀମାନେ ସହାୟତା ରାଶି ପାଇ ପାରୁନାହାନ୍ତି ସେମାନେ ସୁଷମ ଖାଦ୍ୟ ଖାଇ ପାରୁନାହାନ୍ତି। ଯାହାଫଳରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଛି। ତୁରନ୍ତ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି। ତେବେ ସ୍ୱାସ୍ଥ୍ୟକେନ୍ଦ୍ର ଯକ୍ଷ୍ମା ନିରୀକ୍ଷକ ବୀରେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଭିନ୍ନ କାରଣ ପାଇଁ କିଛି ରୋଗୀ ସହାୟତା ରାଶି ପାଇ ପାରୁନାହାନ୍ତି। ସେମାନଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବା ଦିଗରେ ପଦକ୍ଷେପ ନିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.