Home କନ୍ଧମାଳ ମୌଳିକ ସୁବିଧା ହାସଲ କରିବା ପାଇଁ କନ୍ଧମାଳର ନୂତନ ଜିଲାପାଳଙ୍କୁ ଭେଟିଲେ ବିଲାବାଡ଼ି ଗ୍ରାମ ପଞ୍ଚାୟତବାସୀ

ମୌଳିକ ସୁବିଧା ହାସଲ କରିବା ପାଇଁ କନ୍ଧମାଳର ନୂତନ ଜିଲାପାଳଙ୍କୁ ଭେଟିଲେ ବିଲାବାଡ଼ି ଗ୍ରାମ ପଞ୍ଚାୟତବାସୀ

14

କନ୍ଧମାଳ, (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତକୁ ୨୦୧୨ ମସିହାରୁ ସାଂସଦ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯାଇଛି। କିନ୍ତୁ ପଞ୍ଚାୟତର ମୌଳିକ ସମସ୍ୟା ଦୂର ହୋଇ ପାରୁନାହିଁ। ବିଶେଷ କରି ଯୋଗାଯୋଗ ବ୍ୟବସ୍ଥା ଏହି ପଞ୍ଚାୟତର ମୁଖ୍ୟ ସମସ୍ୟା ହୋଇଛି। ଜାତୀୟ ରାଜପଥଠାରୁ ୧୧ କିମି ଦୂରରେ ଥିବା ବିଲାବାଡିକୁ ଯିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ବାଟରେ ଜଙ୍ଗଲ ପଡୁଥିବାରୁ ନୁତନ ରାସ୍ତା ନିର୍ମାଣ ପାଇଁ ପ୍ରତିବନ୍ଧକ ଦେଖା ଦେଉଛି। ନିର୍ମାଣ କାର୍ଯ୍ୟ ପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳୁନାହିଁ। ଗ୍ରାମବାସୀଙ୍କ ତରଫରୁ ଅନେକ ଥର ଦାବି କରାଗଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ତେଣୁ ଗ୍ରାମବାସୀ ମାନେ ଫୁଲବାଣୀ ଆସି ନୂତନ ଜିଲାପାଳଙ୍କୁ ଭେଟି ଏ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ସରପଞ୍ଚ ରବୀନ୍ଦ୍ର ଭୁକ୍ତା ଓ ନାଏବ ସରପଞ୍ଚଙ୍କ ନେତୃତ୍ୱରେ ବହୁ ମହିଳା ପୁରୁଷ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଜିଲାପାଳ ଦାବିପତ୍ର ଗ୍ରହଣ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.