Home କୋରାପୁଟ ମୋ ପାଠାଗାର ଓ ଖୋଲା ବ୍ୟାୟାମଶାଳା ଉଦଘାଟିତ

ମୋ ପାଠାଗାର ଓ ଖୋଲା ବ୍ୟାୟାମଶାଳା ଉଦଘାଟିତ

26

କୋରାପୁଟ ୩୧-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଦ୍ୱାରା ଡିଏନକେ ଛକଠାରେ ନିର୍ମିତ ମୋ ପାଠାଗାର ଓ ଖୋଲା ବ୍ୟାୟାମଶାଳା ଉଦଘାଟିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ମୋ ପାଠାଗାର ଗୃହ ୩୫ ଲକ୍ଷ ଟଙ୍କା ଓ ଖୋଲା ବ୍ୟାୟାମଶାଳା ୭ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିବା କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ସୂଚନା ଦେଇଛନ୍ତି ।ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ,ପୂର୍ବତନ କାଉନସିଲର ଦିଲିପ ରଥ ଓ ଜି.ବିଜୟ କୁମାର ,ନଗର କଂଗ୍ରେସ କମିଟି ସଭାପତି ଜୟନ୍ତ କଚିନ,ଠିକାଦାର ସମୀର କୁମାର ରାୟ ,ମ୍ୟୁନସିପାଲଟି ଇଂଜିନିୟର ଆର.ଭି.ଆର ପଟନାୟକ , ଅବସରପ୍ରାପ୍ତ ପ୍ରଶାସକ ସୁଧାକର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.