Home ଜିଲ୍ଲା ପରିକ୍ରମା ମୋ ଖତ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ମୋ ଖତ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

10

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ୱାର୍ଡ଼ ନଂ ୧ ଚରମ୍ପା ଓ ୱାର୍ଡ଼ ନଂ ୨୩ ମିର୍ଜାପୁର କୁ ଗସ୍ତ କରି ଜିଲ୍ଲାପାଳ ସେଠାରେ ଥିବା ଏମ.ସି.ସି. (ମାଇକ୍ରୋ କମ୍ପୋଷ୍ଟ ସେଂଟର) ବା ମୋ ଖତ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ସେଠାରେ ପହଂଚି ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍‌, ଭଦ୍ରକ ପୌରପାଳିକାର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ରଞ୍ଜନ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ମୋ ଖତ ପ୍ରସ୍ତୁତି ପ୍ରକଳ୍ପର କାର୍ଯ୍ୟକାରୀତା, ଖତ ପ୍ରସ୍ତୁତିରେ ନିୟୋଜିତ କର୍ମଚାରୀ ଖତ ବିକ୍ରୟ ପରିଚାଳନା ଆଦି ବ୍ୟବସ୍ଥା ସମ୍ବନ୍ଧରେ ଟିକିନିଖି ପଚାରି ବୁଝିଥିଲେ। ପୌରପାଳିକାର ସହକାରୀ ଯନ୍ତ୍ରୀ ଲାଲା ଦେବାଶିଷ ରାୟ ସମୁଦାୟ ପ୍ର୍ରକିୟା ଓ ପ୍ରକଳ୍ପର ଉତ୍ପାଦ ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସୂଚନା ଯୋଗ୍ୟକି ମ୍ୟୁନିସିପାଲିଟି ଦ୍ୱାରା ପ୍ରତିଦିନ ସଂଗ୍ରହ କରାଯାଉଥିବା ଓଦା ଓ ଶୁଖିଲା ଅଳିଆ ଆବର୍ଜନାକୁ କମ୍ପୋଷ୍ଟିଂ କରାଯାଇ ମୋ ଖତରେ ପରିଣତ କରାଯାଉଛି। ଏହି ଖତକୁ ଜୈବ ଖତ ରୂପେ ଉକ୍ତ କେନ୍ଦ୍ରରେ, ପୌରପାଳିକା କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାଉଂଟର ଜରିଆରେ ବିକ୍ରୟ ବ୍ୟବସ୍ଥା କରାଯାଉଛି। ସଂପୃକ୍ତ କୃଷି, ଉଦ୍ୟାନ ଆଦି ବିଭାଗ ଦ୍ୱାରା ଆବଶ୍ୟକତା ମତେ ମଧ୍ୟ ଏହି ଖତ ଯୋଗାଇ ଦିଆଯାଉଛି। କିଲୋଗ୍ରାମ ପ୍ରତି ୨୦ ଟଙ୍କାରେ ଏହି ଖତ ବିକ୍ରୟ ହୋଇଥାଏ। ଏହି ଦୁଇଟି କମ୍ପୋଷ୍ଟିଂ ସେଣ୍ଟରରେ ବାର୍ଷିକ ୮୦ ରୁ ୯୦ କ୍ୱିଂଟାଲ ମୋ ଖତ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ସେହିପରି ହରିପୁର ଗ୍ରାମ ପଂଚାୟତ ଠାରେ ପ୍ରତିଷ୍ଠା କରାଯାଇଥିବା ଶୈାଚାଳୟ ଭଦ୍ରକ ପୌରପାଳିକାର ମଇଳାରୁ ଜୈବ ଖତ ପ୍ରସ୍ତୁତି ପ୍ରକଳ୍ପ ପରିଦର୍ଶନ କରି ଜିଲ୍ଲାପାଳ କେନ୍ଦ୍ରର କାର୍ଯ୍ୟକାରୀତା ପ୍ରକ୍ରିୟା ସମ୍ବନ୍ଧରେ ତନଖି କରିଥିଲେ। ଭଦ୍ରକ ପୌରାଞ୍ଚଳ ଓ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳର ଶୈଚାଳୟ ଟାଙ୍କି ମାନଙ୍କରୁ ସଂଗୃହୀତ ମଇଳାକୁ ଏଠାରେ ପ୍ରକ୍ରିୟାକରଣ ଜରିଆରେ ଜୈବ ଖତରେ ପରିଣତ କରାଯାଉଛି। ସୂଚନା ଯୋଗ୍ୟକି ଏଥିରୁ ପ୍ରସ୍ତୁତ ଖତ ସାଧାରଣତଃ ଫୁଲଗଛ ଓ ଅନ୍ୟାନ୍ୟ ଅଣ ପରିବା ଗଛମାନଙ୍କରେ ବ୍ୟବହାର କରାଯାଇଥାଏ। ଏହି ପ୍ରକଳ୍ପ ୨୦୨୩ ମସିହାରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.