Home କେନ୍ଦୁଝର ମୋରମ ଖୋଳିବାବେଳେ ମେସିନକୁ ଜବଦ କଲା ପୁଲିସ

ମୋରମ ଖୋଳିବାବେଳେ ମେସିନକୁ ଜବଦ କଲା ପୁଲିସ

184

ହାଟଡିହି-୨୩/୫, ହାଟଡିହି ତହସିଲ ଢ଼େଙ୍କା ପଞ୍ଚାୟତର ଚାପଲ ଗ୍ରାମ ନିକଟରେ ଆଜି ବେଆଇନ ମୋରମ ଉତ୍ତୋଳନ କରାଯାଉ ଥିବା ନେଇ ଖବର ପ୍ରକାଶ ପରେ ପୁଲିସ ପକ୍ଷରୁ ମୋରମ ଖୋଳାଯାଉଥିବା ଜେସିପି ମେସିନକୁ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଜବଦ କରାଯାଇଛି । ଆଜି ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାଶ, ସଢ଼ା ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ଏବେ ହାଟଡିହି ତହସିଲ ଅଞ୍ଚଳରେ ମୋରମ ଉତ୍ତୋଳନ ବନ୍ଦ ଥିବାବେଳେ ମୋରମ ମାଫିଆମାନେ ଲକଡାଉନର ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ବେଆଇନି ଭାବେ ମୋରମ ଉତ୍ତେଳନ କରି ବାହାରକୁ ଚୋରା ଚାଲାଣ କରୁଥିବା ଖବର ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରେ ସେ ଆଜି ତଦନ୍ତ କରି ୍େ‌ତେ ପରିମାଶର ମୋରମ ଉଠାଯାଇଛି ତାହାର ମାପଚୁପ କରାଯାଇ ଜୋରିମାନା ଆଦାୟ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.