Home ଓଡ଼ିଶା ମୋବାଇଲ ନ ଦେବାରୁ ୯ମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

ମୋବାଇଲ ନ ଦେବାରୁ ୯ମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

81

ହାଟଡ଼ିହି-୩୦/୯ (ଓଡ଼ିଆ ପୁଅ / ବିକାଶ ବିଶ୍ବାଳ)  ସାଧାରଣ ଏବେ ଛୋଟ ଛୋଟ ଛୁଆ ମାନେ ମୋବାଇଲ ପ୍ରତି ଏତେ ଦୁର୍ବଳତା ଦେଖାଉଛନ୍ତି ଯେ ଏହି ମୋବାଇଲ ପାଇଁ ଆତ୍ମହତ୍ୟା କରିବାକୁ ପଛାଉନାହାନ୍ତି । ମା ଫୋନ ନ ଦେବା ରୁ ଜଣେ ୯ମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିବା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ଇନ୍ଦୁପୁରା ଗ୍ରାମ ର ଚଗୁଲୁ ଯେନା ଙ୍କ ପୁଅ ସୋମ୍ୟରଞ୍ଜନ ଯେନା । ସୋମ୍ୟରଞ୍ଜନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶାଳପଡା ର ୯ ମ ଶ୍ରେଣୀ ର ଛାତ୍ର । ସୋମ୍ୟରଞ୍ଜନ ଆଜି ଅପରାହ୍ନ ଗେମ ଖେଳିବା ପାଇଁ ମୋବାଇଲ ମାଗିଥିଲା । ଗେମ୍ ଖେଳିବା ପାଇଁ ମୋବାଇଲ ନ ଦେବାରୁ ପୁଅ ଘର ଛାତ ଉପରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ପରିବାର ଲୋକେ ତାକୁ ତୁରନ୍ତ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ଆଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.