Home ଜିଲ୍ଲା ପରିକ୍ରମା ମୋବାଇଲ ଦୋକାନରୁ ସିନ୍ଧୁ କରି ଲକ୍ଷ ଧିକ ଟଙ୍କା ଚୋରୀ

ମୋବାଇଲ ଦୋକାନରୁ ସିନ୍ଧୁ କରି ଲକ୍ଷ ଧିକ ଟଙ୍କା ଚୋରୀ

32

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ବଜାର ମୂଖ୍ୟ ରାସ୍ତା , ପୁଣି ଥାନା ଠାରୁ ୩୦୦ ମିଟର ଦୂର, ଆହୁରି ପୁଣି ସଦର ମହକୁମାରର ପ୍ରବେଶ ପଥ ପାର୍ଶରେ ତିନି ପଟୁ ସିସିଟିଭି କଭରେଜ ଥିବା ମୋବାଇଲ ଦୋକାନରୁ ଚୋରୀ ବଜାର ବାସୀଙ୍କୁ ସ୍ତବ୍ଦ କରିଛି। ଗତ କାଲି ରାତିରେ ଏହି ଘଟଣା ଘଟିଆଚି। ମାଲିକ ପିଣ୍ଟୁ କର ଥାନରେ ପ୍ରାୟ ୪୦୦ରୁ ଓର୍ଦ୍ଧ୍ନ ନାମୀ ଦାମୀ ବ୍ରାଣ୍ଡର ମୋବାଇଲ ଚୋରୀ ହୋଇ ଯାଇଥିବ ଜଣାଇଲା ପରେ ଥାନା ପକ୍ଷରୁ ସାଇଣ୍ଟିଫିକ୍ ଟିମ ତଦନ୍ତ କରିଅଛି। ପରିତାପର ବିଷୟ କ୍ରମେ ଚୋର ମାନେ ଦୋକାନ ପଛପଟ କାନ୍ଥ ଯାହାକି ସିସିଟିଭି କଭରେଜ ନଥିବା ସ୍ଥାନ ୧୦ ଇଞ୍ଚ ଇଟା କାନ୍ଥକୁ ସିନ୍ଧୁ କରି ପ୍ରାୟ ଏକ ଛୋଟ ପିଲାକୁ ଭର୍ତି କରି ଏହି ଚୋରୀ କରିଛନ୍ତି। ଗାତ ବାଟେ ଖୋଳ ସହ୍ ମୋବାଇଲ୍ ବାହାରକୁ ଫିଙ୍ଗି ବାହାରେ ବସି ଖୋଳରୁ ମୋବାଇଲ୍ ବାହାର କରି ନେଇ ଛନ୍ତି। ୫୦ ଉର୍ଦ୍ଧ? ଚାର୍ଯର ଫିଙ୍ଗି ଦେଇ ଯାଇଛନ୍ତି। କୁକୁରର ଗତି ବିଧୀକୁ ଲକ୍ଷ କରି ନିକଟସ୍ତ ତୋରତ ଗ୍ରାମର ଦୁଇ ଯୁବକକୁ ନେଇ ପଚରା ଉଚରା ପରେ ଛାଡି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.