Home ଜିଲ୍ଲା ପରିକ୍ରମା ମୋବାଇଲ ଚୋର ଗିରଫ, ୧୯ ସ୍ମାର୍ଟ ଫୋନ୍ ଜବତ

ମୋବାଇଲ ଚୋର ଗିରଫ, ୧୯ ସ୍ମାର୍ଟ ଫୋନ୍ ଜବତ

10

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିୟମିତ ଭାବେ ବିଭିନ୍ନ ସ୍ଥାନରୁ ମୋବାଇଲ୍ ଛିନତାଇ କରୁଥିବା ଜଣେ ଚୋରକୁ ଆଜି ଭଦ୍ରକ ଗ୍ରାମାଂଚଳ ପୁଲିସ୍ ଚତୁରତାର ସହ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲା ଯାଜପୁର ରୋଡ୍ ଥାନା ଅଧୀନସ୍ଥ ମୁଣ୍ଡାମଲ ଦହିସାହିର ସଗଲ ଗଂଗାୁଆଙ୍କ ପୁତ୍ର ସଗଲ ସୁନୀଲ (୨୦)। ପୁଲିସ୍ ଅଭିଯୁକ୍ତ ଠାରୁ ୧୯ ଟି ସ୍ମାର୍ଟଫୋନ୍ ଜବତ କରିଛି। ଏ ସଂପର୍କରେ ଆଜି ସଦର ଏସ୍‌ଡିପିଓ ବିଚିତ୍ରାନନ୍ଦ ସେଠୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସୁନୀଲ ଜଣେ ନିୟମିତ ମୋବାଇଲ୍ ଚୋର ହୋଇଥିବାବେଳେ ରାଜ୍ୟରେ ଅନେକ ଥାନାରେ ତା ନାମରେ ମାମଲା ରହିଛି। ତେବେ ସେ ଆଜି ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ବେତଡା ଅଂଚଳକୁ ଚୋରି ମୋବାଇଲ୍ ବିକିବାକୁ ଆସୁଥିବା ଖବର ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏବଂ ପରବର୍ତୀ ସମୟରେ ଥାନାଧିକାରୀ ଦୟାନିଧି ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଟିମ୍ ବେତଡା ନିକଟରେ ଛକି ବସିଥିବାବେଳେ ଅଭିଯୁକ୍ତ ସ୍ଥାନୀୟ ଅଂଚଳର ନାରାୟଣ ବେହେରାଙ୍କୁ ମୋବାଇଲ୍ ଗୁଡିକ ବିକିବାକୁ ଆସୁଥିବାବେଳେ ପୁଲିସ୍ ତାକୁ ମାଡି ବସିଥିଲା। ତାକୁ ସେଠାରୁ ଧରିବା ସହିତ ଚୋରା ମୋବାଇଲ୍ ଗୁଡିକ ଜବତ କରିଥିଲା। ଏବଂ ଭଦ୍ରକ ଗ୍ରାମାଂଚଳ ଥାନାରେ କେଶ୍ ନଂ ୨୩୨/୨୫, ଦଫା ୩୦୩ (୨) / ୩(୫) ବିଏନ୍‌ଏସ ୨୨୩ ମୂଳେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ମୋବାଇଲ୍ ଗୁଡିକର କାଗଜପତ୍ର ସହ ପ୍ରମାଣ ଦେଖାଇ ନିଜ ନିଜର ମୋବାଇଲ୍ ନେଇପାରିବେ ବୋଲି ଭଦ୍ରକ ଗ୍ରାମାଂଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସ୍‌ଡିପିଓ ଶ୍ରୀ ସେଠୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.