Home ଜିଲ୍ଲା ପରିକ୍ରମା ମୋବାଇଲ ଚୋରି କରି ଟଙ୍କା ହଡପ ଅଭିଯୋଗ, ଯୁବକ ଗିରଫ

ମୋବାଇଲ ଚୋରି କରି ଟଙ୍କା ହଡପ ଅଭିଯୋଗ, ଯୁବକ ଗିରଫ

23

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ମହିଳାଙ୍କ ମୋବାଇଲକୁ ଚୋରି କରି ସେହି ମୋବାଇଲରୁ ଫୋନପେ ମାଧ୍ୟମରେ ଟଙ୍କା ହଡ଼ପ କରିଥିବା ବିଲଣା ପଂଚାୟତ ଅଧୀନ ଲଞ୍ଜାତର ଗ୍ରାମର ପ୍ରିୟବ୍ରତ ମଳିକ ନାମକ ଜଣେ ଯୁବକଙ୍କୁ ତିହିଡ଼ି ପୁଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୧୧ତାରିଖରେ ବାରୋ ଗ୍ରାମର ମିନତୀ ନାୟକଙ୍କ ଡ୍ରେସିଂ ଟେବୁଲର ବକ୍ସ ଭାଙ୍ଗି କେହି ଦୁର୍ବୁତ ମୋବାଇଲ ଚୋରି କରି ନେଇଯାଇଥିଲେ । ମୋବାଇଲ କଭର ପଛରେ ୪ଶହ ଟଙ୍କା ଥିଲା । ପରଦିନ ଫୋନପେ ମାଧ୍ୟମରେ ସେହି ମୋବାଇଲରୁ ୬ହଜାର ୯୨ଟଙ୍କା ଟ୍ରାନସଫର ହୋଇ ଯାଇଥିଲା । ତେବେ ପ୍ରିୟବ୍ରତଙ୍କ ମୋବାଇଲକୁ ଟଙ୍କା ଟ୍ରାନସଫର ହୋଇଥିବା ଜାଣିବା ପରେ ମିନତୀ ତିହିଡି ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏହି ଘଟଣାରେ କେଶ ନଂ ୩୫୪/୨୪ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତେବେ ପୋଲିସ ପ୍ରିୟବ୍ରତଙ୍କ ପାଖରୁ ମୋବାଇଲ ଜବତ କରିଥିବା ବେଳେ ସେ ଟଙ୍କା ହଡପ କରିଥିବା ନେଇ ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.