Home ଜିଲ୍ଲା ପରିକ୍ରମା ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଇନ୍ ସେବା ପ୍ରଦାନ

ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଇନ୍ ସେବା ପ୍ରଦାନ

12

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ କୁମାର ରାଜଗୁରୁଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ତରଫରୁ ନିୟୋଜିତ ହୋଇଥିବା ମୋବାଇଲ୍ ଭ୍ୟାନ୍‌କୁ ପୁଣ୍ୟ ଶ୍ଳୋକ ରଥ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଇନ୍‌ଜୀବିଙ୍କ ସମେତ ପି.ଏଲ୍‌.ଭି.ଏଲ୍‌.ଏ.ଡ଼ିସ.ଏସ ର କର୍ମକର୍ତା ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଏହି ମୋବାଇଲ ଭ୍ୟାନ୍‌ଟି ଭଦ୍ରକ ଜିଲ୍ଲାରେ ଚୁନିଦା, ଅର୍ଣ୍ଣପାଳ, ଅସୁରାଳି, ସହିଦନଗର ସମେତ ଚାନ୍ଦବାଲିରେ କିଛି ଅଂଚଳ ଯଥା ଉଗ୍ରତାରା, ଦିଗଚ୍ଛିଆ, ଜଳେଶ୍ୱରପୁର, ଜସିପୁର ଏବଂ ଧାମରା ଇତ୍ୟାଦି ସ୍ଥାନମାନଙ୍କୁ ବୁଲି ଲୋକମାନଙ୍କ ଭିତରେ ଆଇନ୍ ସଚେତନତା ସୃଷ୍ଟି କରିବା ସହ ଆଇନ୍ ପ୍ରାଧିକରଣର ଭୂମିକା ସଂପର୍କରେ ଅବଗତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.