Home ଓଡ଼ିଶା ମୋବାଇଲ୍ ଫାଟି ଯୁବ ଶ୍ରମିକର ମୃତ୍ୟୁ

ମୋବାଇଲ୍ ଫାଟି ଯୁବ ଶ୍ରମିକର ମୃତ୍ୟୁ

1341

ନୟାଗଡ/୧୧/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ମୋବାଇଲ୍ ସେବା ଦ୍ୱାରା ଦୁରତ୍ୱ କମି ଜନ ସମ୍ପର୍କ ବଢିବାରେ ଲାଗିଥିବାରେ ସେ ମୋବାଇଲ୍ କେତେକ ଯାଗାରେ କାଳ ପାଲଟିଛି। ରାତ୍ରିରେ ମୋବାଇଲ୍ ନିକଟରେ ରଖି ଶୋଇଥିଲା ବେଳେ ଜଣେ ଯୁବ ଶ୍ରମିକର ମୋବାଇଲ୍ ଫାଟି ପୋଡି ହୋଇ ମରିଥିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ରଣପୁର ଥାନା ବାଉଁଶଗଡ ଗ୍ରାମ ପଚାୟତ ଲେମ୍ବୋଡି ଗ୍ରାମର କୁନା ପ୍ରଧାନ ଶ୍ରମିକ ଭାବେ ମନ୍ଦିର ନିର୍ମାଣ ପାଇଁ ପାରାଦୀପ ରେ କାର୍ଯ୍ୟ କରୁଥିଲେ। ଗତ ୧୦ ତାରିଖ ରାତ୍ରିରେ ପାରାଦୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଶୋଇବା ଅବସ୍ଥାରେ ମୋବାଇଲଟି ନିଦ ଲାଗିବାରୁ ଛାତି ଉପରେ ରହିଯାଇଥିଲା। ରାତ୍ରିରେ ମୋବାଇଲ୍ ଟି ଫାଟିଯିବାରୁ ଯୁବକ ଜଣକର ମୃତ୍ୟୁ ଘଟିଥିବା କୁହା ଯାଇଛି। ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.