Home ଓଡ଼ିଶା ମୋବାଇଲ୍ ନଥିବାରୁ ଫେରିପାରୁ ନାହାନ୍ତି ପ୍ରବାସୀ ଓଡିଆ

ମୋବାଇଲ୍ ନଥିବାରୁ ଫେରିପାରୁ ନାହାନ୍ତି ପ୍ରବାସୀ ଓଡିଆ

373

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୫-ଲକ୍‌ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ପରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।  ସେଥିପାଇଁ ପ୍ରତି ଗ୍ରାମ ପଂଚାୟତରେ ସଙ୍ଗ ନିରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ରହିଛି । ଗ୍ରାମ ପଂଚାୟତରେ ଅନଲାଇନ୍ ରେ ପଂଜୀକରଣ ଚାଲୁ ରହିଛି । କିନ୍ତୁ କିଛି ପ୍ରବାସୀ ଓଡିଆ ଶ୍ରମିକ ଭାବରେ ବାହାର ରାଜ୍ୟରେ ଅଟକି ରହିଛନ୍ତି । ଯେଉଁମାନଙ୍କର ନାମ ପଂଜୀକରଣ ହୋଇ ପାରୁନାହିଁ । ତାଙ୍କ ସ୍ତ୍ରୀ ପିଲା ଗ୍ରାମ ପଂଚାୟତକୁ ଦୌଡି ଦୌଡି ନିରାଶ ହୋଇ ଫେରୁଛନ୍ତି । ସରକାର ପଂଜୀକରଣ ପାଇଁ ଆଧାର କାର୍ଡ ଓ ମୋବାଇଲ୍ ନମ୍ବରକୁ ବାଧ୍ୟତା ମୁଳକ କରିଛନ୍ତି । ଯେଉଁ ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କ ପାଖରେ ମୋବାଇଲ୍‌  ନମ୍ବର ନାହିଁ ସେମାନଙ୍କର ନାମ ପଂଜୀକରଣ ହୋଇ ପାରୁନାହିଁ ।

ଯାହା ଫଳରେ ସେମାନେ ବାହାର ରାଜ୍ୟରେ ଅଖିଆ ଅପିଆ ଓଡିଶା ଫେରିବାକୁ ଅପେକ୍ଷା କରି ରହିଛନ୍ତି । ବିଶେଷ ଭାବରେ ସେହିଭଳି ଅଂଚଳ ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ । ସେହି ପଂଚାୟତରେ ମୋବାଇଲ୍ ନେଟୱାର୍କ ନାହିଁ । ପ୍ରାୟତଃ ଅଧିକାଶଂ ଲୋକଙ୍କ ପାଖରେ ମୋବାଇଲ୍ ନାହିଁ । ସେହି ଅଂଚଳର ଦାଦନ ଖଟିବାକୁ ଯାଇଥିବା ଲୋକମାନଙ୍କ ପାଖରେ ମୋବାଇଲ୍ ଆସିବ କେଉଁଠୁ । ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ସରପଂଚ ଅଜୟ କୁମାର ପ୍ରଧାନ ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆମ୍ଭ ପଂଚାୟତ ର ପାଖା ପାଖି ୩୦ ଜଣ ପ୍ରବାସୀ ଓଡିଆ ଯେକି ଚେନ୍ନାଇ, କେରଳ ଓ ବାଙ୍ଗାଲୋର ଦାଦନ ଖଟିବାକୁ ଯାଇଛନ୍ତି ସେମାନଙ୍କ ନାମ ପଂଜୀକରଣ ହୋଇ ପାରୁନାହିଁ । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଓଡିଶା ଫେରି ପାରିବେ । ସେହି ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ର ଡିମିରିବାଡି ଗ୍ରାମର ବାସନ୍ତି ପ୍ରଧାନ ତାଙ୍କ ସ୍ୱାମୀ ନିଳମଣି ପ୍ରଧାନ ଓ ଜାମୁଗଣ୍ଡ ଗ୍ରାମର ଧ୍ରୁବ ଚରଣ ନାୟକଙ୍କ ଭାଇ ଝିଲୀ ନାୟକଙ୍କ ର ନାମ ମୋବାଇଲ୍ ନଥିବା ଯୋଗୁଁ ପଂଜୀକରଣ ହୋଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କେ ରଣପୁର ବିଡିଓ ପଂଚାନନ ପଟ୍ଟାୟତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ମୋବାଇଲ୍ ନମ୍ବର ନଥିଲେ ବିକଳ୍ପ କଣ ହେବ ମୁଁ ବୁଝିଲା ପରେ କହିବି । ତେଣୁ ଏ ସମ୍ପର୍କେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେଉଁ ପ୍ରବାସୀ ଓଡିଆ ମାନଙ୍କ ନିକଟରେ ମୋବାଇଲ୍ ନାହିଁ ସେମାନେ ଘରେ ଥିବା ତାଙ୍କ ପରିବାର ବର୍ଗ କିମ୍ବା ବନ୍ଧୁ ବାନ୍ଧବଙ୍କ ମୋବାଇଲ୍ ନମ୍ବର ଦେଲେ ସେମାନଙ୍କ ନାମ ପଂଜୀକରଣ ହୋଇ ପାରିବ । ଏହିପରି ଭାବରେ ଫେରିବା ନ ଫେରିବା ଦ୍ୱନ୍ଦରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ପରିବାର । କେବଳ ବନ୍ଧମୁଣ୍ଡା ନୁହେଁ ରଣପୁର ସାରା ଅନେକ ଗ୍ରାମ ପଂଚାୟତରେ ଏହିପରି ଏକା ଅବସ୍ଥା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.