Home ଜିଲ୍ଲା ପରିକ୍ରମା ମୋବାଇଲ୍‌ରେ କଥା ହେଉଥିବା ୭ ବାଇକ୍ ଚାଳକଙ୍କ ଉପରେ ଫାଇନ୍

ମୋବାଇଲ୍‌ରେ କଥା ହେଉଥିବା ୭ ବାଇକ୍ ଚାଳକଙ୍କ ଉପରେ ଫାଇନ୍

10

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋଟର ବାଇକ୍ ଚାଳକଙ୍କ ଉପରେ ପୁଣି ପୁଲିସ୍‌ର ଛାଟ। ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର ପରେ ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଦୁଇଚକିଆ ଯାନ ଚଳାଇବା ସମୟରେ ମୋବାଇଲ୍ ଫୋନ୍‌ରେ କଥାବାର୍ତା ହେଉଥିବା ଚାଳକଙ୍କ ଉପରେ ଆଜି ଟାଉନ୍ ଥାନା ପୁଲିସ୍‌ର ଧରପଗଡ ଆରମ୍ଭ ହୋଇଛି। ଏହି ଧରପଗଡ ସମୟରେ ସହରାଂଚଳର ବିଭିନ୍ନ ସ୍ଥାନରେ ୭ ଜଣ ମୋଟର ଚାଳକଙ୍କୁ ଅଟକ ରଖି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଟାଉନ୍ ଥାନା ଆଇଆଇସି ପ୍ରଭାଂଶଉ ମିଶ୍ରଙ୍କ କହିବାନୁସାରେ ଏହି ୭ ଜଣ ବାଇକ୍ ଚଲାଉଥିବା ସମୟରେ କାନରେ ଫୋନ୍‌ରେ କଥାବାର୍ତା ହେଉଥିବା ସମୟରେ ତାଙ୍କ ବାଇକ୍‌କୁ ଜବତ କରାଯାଇଛି। ଏମାନଙ୍କୁ ଅଟକ ରଖାଯାଇ ସେମାନଙ୍କ ଉପରେ ୫ ଶହ ଟଙ୍କା ଲେଖାଏଁ ଜରିମାନା ଓ ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ କରାଯାଇଛି। ଏହି ଚଢାଉ ଆଗକୁ ଜାରି ରହିବ ବୋଲି ଆଇଆଇସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.