Home ଓଡ଼ିଶା ମୋଦୀ ସରକାର-୨.୦ : ମନ୍ତ୍ରୀମଣ୍ଡଳର ରୂପରେଖ

ମୋଦୀ ସରକାର-୨.୦ : ମନ୍ତ୍ରୀମଣ୍ଡଳର ରୂପରେଖ

1324

ନୂଆ ଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ମୈଂ ନରେନ୍ଦ୍ର ଦାମୋଦର ଦାସ ମୋଦୀ…..ଏହି ଶବ୍ଦ ସହିତ ଗୁରୁବାର ସଂଧ୍ୟାରେ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଲୋକସଭା ନିର୍ବାଚନରେ ଜନତାଙ୍କର ପ୍ରଚଣ୍ଡ ବିଶ୍ଵାସ ଜୀତିଥିବା ନରେନ୍ଦ୍ର ଦାମୋଦରଦାସ ମୋଦୀ ଗୁରୁବାର ସଂଧ୍ୟା ସାତଟା ସମୟରେ ପ୍ରଧାନମନ୍ତ୍ରୀଭାବେ ନିଜର ଦ୍ୱିତୀୟ କାର୍ଯ୍ୟକାଳ ପ୍ରାରମ୍ଭ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୋଦୀଙ୍କ ସମେତ ଟିମର ସର୍ବମୋଟ ୫୮ ଜଣ ସଦସ୍ୟ ଶପଥ ନେଇଛନ୍ତି। ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହ ଏବଂ ରାଜନାଥ ସିଂଙ୍କ ସମେତ ୨୪ କ୍ୟାବିନେଟ୍ ମନ୍ତ୍ରୀ, ୨୪ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଏବଂ ୯ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟୀତ୍ତ୍ୱ) ସାମିଲ ଅଛନ୍ତି।

ମୋଦୀଙ୍କର ପ୍ରଥମ ସରକାରରେ ବିଦେଶ ମନ୍ତ୍ରୀ ରହିଥିବା ସୁଷମା ସ୍ଵରାଜ ଏବଂ ମେନକା ଗାନ୍ଧୀଙ୍କୁ ଏହି ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଲିନାହିଁ। ଅପର ପକ୍ଷରେ, ସୁଷମାଙ୍କ ସହିତ ବିଦେଶ ସଚିବ ଥିବା ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଏସ ଜୟଶଙ୍କରଙ୍କୁ କ୍ୟାବିନେଟ ମନ୍ତ୍ରୀ ବନାଯାଇଛି। ଭାରତୀୟ ଜନତା ପାର୍ଟିର ସହଯୋଗୀ ଜନତା ଦଳ-ୟୁ ଏବଂ ଆପନା ଦଳ ସରକାରରେ ସାମିଲ ହୋଇନାହାଁନ୍ତି।

ମୋଦୀଙ୍କ ପରେ ସବୁଠାରୁ ପ୍ରଥମେ ଲକ୍ଷ୍ନୌରୁ ସାଂସଦ ରାଜନାଥ ସିଂହ ଶପଥ ନେଇଥିଲେ। ତା’ ପରେ ଅମିତ ଶାହ, ନିତିନ ଗଡକରୀ ଏବଂ ସଦାନନ୍ଦ ଗୌଡ଼ା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଗୌଡ଼ା ଇଂରାଜୀରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଥିଲେ।

ଗତ ସରକାରରେ ରକ୍ଷା ମନ୍ତ୍ରୀ ଥିବା ନିର୍ମଲା ସୀତାରମଣ, ସହଯୋଗୀ ଦଳ ଲୋଜପାର ପ୍ରମୁଖ ରାମବିଲାସ ପାସୱାନ, ନରେନ୍ଦ୍ର ସିଂହ ତୋମର, ପଟନା ସାହିବରୁ ବିଜୟୀ ରବିଶଙ୍କର ପ୍ରସାଦ ମଧ୍ୟ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିଲେ। ତା’ର ପରେ ହରସିମରତ କୌର ବାଦଲ କ୍ୟାବିନେଟ ମନ୍ତ୍ର ଭାବରେ ଶପଥ ନେଇଥିବା ଦ୍ୱିତୀୟ ମହିଳା ଏବଂ ସହଯୋଗୀ ଦଳର ଦ୍ୱିତୀୟ ନେତା।

ଭାଜପାର ପ୍ରମୁଖ ଦଳିତ ଚେହରା ଏବଂ ଦ୍ୱିତୀୟ ଥର ମନ୍ତ୍ରୀ ହୋଇଥିବା ଥାବର ଚନ୍ଦ ଗହଲୋତ ମଧ୍ୟ ଶପଥ ଗ୍ରହଣ କରିଥିଲେ। କ୍ୟାବିନେଟ ମନ୍ତ୍ରୀ ଭାବରେ ରମେଶ ପୋଖରିୟାଲ ନିଶଙ୍କ, ଅର୍ଜୁନ ମୁଣ୍ଡା, ସ୍ମୃତି ଈରାନୀ, ଡ. ହର୍ଷବର୍ଧନ, ପ୍ରକାଶ ଜାବଡ଼େକର, ପୀୟୁଷ ଗୋୟଲ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ। ମହେନ୍ଦ୍ର ନାଥ ପାଣ୍ଡେ, ଗିରିରାଜ ସିଂହ, ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଶିବସେନା କୋଟାରୁ ଅରବିନ୍ଦ ସାବନ୍ତ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ସମସ୍ତଙ୍କୁ ଚକିତ କରିଦେଲା, ପୂର୍ବତନ ବୈଦେଶିକ ସଚିବ ଏସ ଜୟଶଙ୍କରଙ୍କୁ ମଧ୍ୟ ମୋଦୀ ମନ୍ତ୍ରିମଣ୍ଡଲରେ ସାମିଲ କରାଯାଇଛି। ସେ ଜାନୁଆରି, ୨୦୧୫ ରୁ ଜାନୁଆରି, ୨୦୧୮ ପର୍ଯ୍ୟନ୍ତ ବିଦେଶ ସଚିବ ଥିଲେ। ଜୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ମୋଦୀ ସରକାର ସମସ୍ତଙ୍କୁ ଚକିତ କରାଇ ଦେଇଥିଲେ।

ଅପର ପକ୍ଷରେ, ମନ୍ତ୍ରିମଣ୍ଡଳରେ ସୁଷମା ସ୍ଵରାଜ ଏବଂ ଏବଂ ମେନକା ଗାନ୍ଧୀଙ୍କୁ ସାମିଲ କରାଯାଇନାହିଁ। ଖରାପ ସ୍ଵାସ୍ଥ୍ୟ କାରଣରୁ ସୁଷମା ନିର୍ବାଚନରୁ ମଧ୍ୟ ଦୂରତା ରଖିଥିଲେ। ଅବଶ୍ୟ ମୋଦୀଙ୍କ ତରଫରୁ ସୁଷମାଙ୍କୁ ମନାଇବାକୁ ଭରପୂର ଚେଷ୍ଟା କରାଯାଇଥିଲା।

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

 

କ୍ୟାବିନେଟ ମନ୍ତ୍ରୀ

 

ରାଜନାଥ ସିଂହ ଲକ୍ଷ୍ନୌ (ଉତ୍ତର ପ୍ରଦେଶ)
ଅମିତ ଶାହ ଗାନ୍ଧୀ ନଗର (ଗୁଜରାତ)
ନିତିନ ଗଡକରୀ ନାଗପୁର (ମହାରାଷ୍ଟ୍ର)
ଡି.ବି ସଦାନନ୍ଦ ଗୌଡ଼ା ବେଂଗଲୁରୁ ଉତ୍ତର (କର୍ଣ୍ଣାଟକ)
ନିର୍ମଲା ସୀତାରମଣ ରାଜ୍ୟସଭା ସଦସ୍ୟ
ରାମବିଲାସ ପାସବାନ ନିର୍ବାଚନ ଲଢ଼ିନାହାଁନ୍ତି
ନରେନ୍ଦ୍ର ସିଂହ ତୋମର ମୁରୈନା (ମଧ୍ୟ ପ୍ରଦେଶ)
ରବିଶଙ୍କର ପ୍ରସାଦ ପଟନା ସାହିବ (ବିହାର)
ହରସିମରତ କୌର ବାଦଲ ଭଠିଂଡା (ପଂଜାବ)
୧୦ ଥାବରଚଂଦ ଗହଲୋତ ରାଜ୍ୟସଭା ସଦସ୍ୟ
୧୧ ଏସ ଜୟଶଙ୍କର ପୂର୍ବତନ ବଦେଶିକ ସଚିବ
୧୨ ରମେଶ ପୋଖରିୟାଲ ନିଶଙ୍କ ହରିଦ୍ଵାର (ଉତ୍ତରାଖଣ୍ଡ)
୧୩ ଅର୍ଜୁନ ମୁଣ୍ଡା ଖୂଂଟୀ (ଝାରଖଣ୍ଡ)
୧୪ ସ୍ମୃତି ଈରାନୀ ଆମେଠୀ (ଉତ୍ତର ପ୍ରଦେଶ)
୧୫ ହର୍ଷବର୍ଧନ ଚାନ୍ଦନୀ ଚୌକ (ଦିଲ୍ଲୀ)
୧୬ ପ୍ରକାଶ ଜାବଡ଼େକର ରାଜ୍ୟସଭା ସଦସ୍ୟ
୧୭ ପୀୟୁଷ ଗୋୟଲ ରାଜ୍ୟସଭା ସଦସ୍ୟ
୧୮ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ସଦସ୍ୟ
୧୯ ମୁଖ୍ତାର ଅବ୍ବାସ ନକବୀ ରାଜ୍ୟସଭା ସଦସ୍ୟ
୨୦ ପ୍ରହଲାଦ ଜୋଶୀ ଧାରବାଡ଼ (କର୍ଣ୍ଣାଟକ)
୨୧ ମହେନ୍ଦ୍ରନାଥ ପାଣ୍ଡେଯ ଚନ୍ଦୌଲୀ (ଉତ୍ତର ପ୍ରଦେଶ)
୨୨ ଅରବିନ୍ଦ ସାବନ୍ତ ମୁମ୍ବାଇ ଦକ୍ଷିଣ (ମହାରାଷ୍ଟ୍ର)
୨୩ ଗିରିରାଜ ସିଂହ ବେଗୂସରାୟ (ବିହାର)
୨୪ ଗଜେନ୍ଦ୍ର ସିଂହ ଶେଖାବତ ଜୋଧପୁର (ରାଜସ୍ଥାନ)
ରାଷ୍ଟ୍ର ପାହ୍ୟା ମନ୍ତ୍ରୀ (ସ୍ୱାଧିନ ଦାୟୀତ୍ତ୍ୱ)

 

ସନ୍ତୋଷ ଗଙ୍ଗବାର ବରେଲୀ (ଉତ୍ତର ପ୍ରଦେଶ)
ରାବ ଇନ୍ଦ୍ରଜୀତ ସିଂହ ଗୁଡ଼ଗାଂଓ (ହରିୟାଣା)
ଶ୍ରୀପଦ ନାଇକ ଉତ୍ତର ଗୋଆ (ଗୋଆ)
ଜୀତେଂଦ୍ର ସିଂହ ଉଧରପୁର (ଜାମ୍ମୁ-କାଶ୍ମୀର)
କିରେନ ରିଜିଜୂ ଅରୁଣାଚଲ ପଶ୍ଚିମ
ପ୍ରହଲାଦ ପଟେଲ ଦମୋହ (ମଧ୍ୟ ପ୍ରଦେଶ)
ଆରକେ ସିଂହ ଆରା (ବିହାର)
ହରଦୀପ ପୁରୀ ରାଜ୍ୟସଭା ସଦସ୍ୟ
ମନସୁଖ ମାଣ୍ଡବିୟା ରାଜ୍ୟସଭା ସଦସ୍ୟ
ରାଷ୍ଟ୍ର ପାହ୍ୟା ମନ୍ତ୍ରୀ 

 

ଫଗ୍ଗନ ସିଂହ କୁଲସ୍ତେ ମଣ୍ଡଲା (ମଧ୍ୟ ପ୍ରଦେଶ)
ଅଶ୍ଵିନୀ ଚୌବେ ବକ୍ସର (ବିହାର)
ଅର୍ଜୁନ ରାମ ମେଘବାଲ ବୀକାନେର (ରାଜସ୍ଥାନ)
ବୀକେ ସିଂହ ଗାଜିୟାବାଦ (ଉତ୍ତର ପ୍ରଦେଶ)
କୃଷ୍ଣପାଲ ଗୁର୍ଜର ଫରୀଦାବାଦ (ହରିଯାଣା)
ରାବସାହେବ ଦାନବେ ଜାଲନା (ମହାରାଷ୍ଟ୍ର)
ଜୀ କିଶନରେଡ୍ଡୀ ସିକନ୍ଦରାବାଦ (ତେଲେଙ୍ଗାନା)
ପୁରୁଷୋତ୍ତମ ରୁପାଲା ରାଜ୍ୟସଭା ସଦସ୍ୟ
ରାମଦାସ ଆଠବଲେ ରାଜ୍ୟସଭା ସଦସ୍ୟ
୧୦ ସାଧ୍ଵୀ ନିରଞ୍ଜନ ଜ୍ୟୋତି ଫତେହପୁର (ଉତ୍ତର ପ୍ରଦେଶ)
୧୧ ବାବୁଲ ସୁପ୍ରିୟୋ ଆସନସୋଲ (ବଂଗାଲ)
୧୨ ସଂଜୀବ ବାଲିୟାନ ମୁଜଫ୍ଫରନଗର (ଉତ୍ତର ପ୍ରଦେଶ)
୧୩ ସଂଜୟ ଧୋତ୍ରେ ଅକୋଲା, ମହାରାଷ୍ଟ୍ର
୧୪ ଅନୁରାଗ ଠାକୁର ହମୀରପୁର, ହିମାଞ୍ଚଳ
୧୫ ସୁରେଶ ଅଙ୍ଗଡ଼ୀ ବେଲଗାମ, କର୍ଣ୍ଣାଟକ
୧୬ ନିତ୍ୟାନନ୍ଦ ରାୟ ଉଜିଯାରପୁର (ବିହାର)
୧୭ ରତନ ଲାଲ କଟାରିୟା ଅମ୍ବାଲା (ହରିୟାଣା)
୧୮ ବି ମୁରଲୀଧରନ ରାଜ୍ୟସଭା ସଦସ୍ୟ
୧୯ ରେଣୁକା ସିଂହ ସରୁତା ସରଗୁଜା (ଛତିଶଗଡ଼)
୨୦ ସୋମ ପ୍ରକାଶ ହୋଶିୟାରପୁର (ପଂଜାବ)
୨୧ ରାମେଶ୍ଵର ତେଲୀ ଡିବ୍ରୂଗଢ଼ (ଆସମ)
୨୨ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର (ଓଡିଶା)
୨୩ କୈଲାଶ ଚୌଧରୀ ବାଡ଼ମେର (ରାଜସ୍ଥାନ)
୨୪ ଦେବଶ୍ରୀ ଚୌଧରୀ ରାଯଗଞ୍ଜ (ପଶ୍ଚିମ ବଙ୍ଗ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.