Home ଓଡ଼ିଶା ମୋଦୀଙ୍କ ସହିତ ଯୋଡି ହେଲେ କଟକର ଚା’ ବ୍ୟବସାୟୀମାନେ

ମୋଦୀଙ୍କ ସହିତ ଯୋଡି ହେଲେ କଟକର ଚା’ ବ୍ୟବସାୟୀମାନେ

1326

କଟକ ୧୭.୦୪ (ଓଡ଼ିଆ ପୁଅ) ସ୍ଥାନୀୟ ଦେଉଳସାହି ସ୍ଥିତ ମୋନାଲିସା ମଣ୍ଡପ ଠାରେ କଟକ ସହରର ଚା’ ବ୍ୟବସାୟୀମାନଙ୍କର ଏକ ବୈଠକ କଟକର ବିଶିଷ୍ଟ ଚା’ ବ୍ୟବସାୟୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କଟକର କୋଣ ଅନୁକୋଣରୁ ପ୍ରାୟ ଶତାଧିକ ଛୋଟ ବଡ଼ ଚା’ ବ୍ୟବସାୟୀ ଯୋଗଦେଇ ମୋଦୀଙ୍କ ହାତମୁଠାକୁ ଟାଣ କରିବା ନିମନ୍ତେ ବଜ୍ର ଶପଥ ଗ୍ରହଣ କରିଥିଲେ। ମଙ୍ଗଳାବାଗ ଅଂଚଳର ବିଶିଷ୍ଟ ଜଳଖିଆ ଚା’ ଦୋକାନୀ ଅର୍ଜ୍ଜୁନ କୁମାର ସାହୁ ଯୋଗ ଦେଇ କହିଲେ ଯେ ଡି.ପ୍ରକାଶ ରାଓ ଆମ ପରିବାର ସଦସ୍ୟ। ଏହା କିଛି କମ କଥା ନୁହେଁ ସାମାନ୍ୟ ଚା’ ଦୋକାନୀକୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଜାଣିଛନ୍ତି ଏବଂ ଜାତୀୟ ସ୍ତରରେ ସମ୍ମାନିତ ମଧ୍ୟ କରିଛନ୍ତି। ଏହା ଦ୍ୱାରା ପ୍ରତ୍ୟେକ କଟକର ଚା’ ଦୋକନୀ ନିଗକୁ ଗୌରାବନିତ୍ୱ ମନେ କରୁଛନ୍ତି। ଏଣୁ ଆଗାମୀ ଦିନରେ ଆମେ ସମସ୍ତେ ମୋଦୀଙ୍କ ସହିତ ଯୋଡି ହୋଇ ରହିବା ଏବଂ ଗୁଣ୍ଡୁଚି ମୂଷା ଭଳି ମୋଦୀଙ୍କୁ ସାହାଯ୍ୟ କରିବା।

ଅନ୍ୟମାନଙ୍କ ମଧ୍ୟରେ କଟକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଶିଷ୍ଟ ଚା’ ବ୍ୟବସାୟୀ ସର୍ବଶ୍ରୀ ଲିଙ୍ଗରାଜ ସାହୁ, ରଞ୍ଜିତ କୁମାର ଦାସ, ପ୍ରମୋଦ କୁମାର ମଲ୍ଲିକ, କାଳନ୍ଦୀ ଚରଣ ଦାସ, ଅରକ୍ଷିତ ସାହୁ ଅଭିଭାଷଣ ପ୍ରଦାନ କରି ମୋଦୀଙ୍କ ଲୋକାଭିକମୂଖୀ କାର୍ଯ୍ୟକ୍ରମକୁ ଭୂୟସୀ କରିବା ସହିତ ଛୋଟ ବ୍ୟବସାୟୀମାନଙ୍କ ନିମନ୍ତେ ମୋଦୀଙ୍କର ନିଶ୍ଚିନ୍ତ ପେନସନ୍ ଯୋଜନାରେ ଚା, ପାନ, ପରିବା ଦୋକାନୀ, ମାଛ ବିକାଳୀ, ସାଇକେଲ ଓ ମଟର ସାଇକେଲ ମେକାନିକ୍, ମୋଚି, ଧୋବା, ବାରିକ, ଦୁଗ୍ଧ ବ୍ୟବସାୟୀ, ଠେଲାଗାଡି ବେପାରୀ, ରିକ୍ସାବାଲା ଓ ଅଟୋ ଚାଳକ, ସୁନା, ରୂପା କରିଗର ଏବଂ ସମାଜର ସମସ୍ତ ଅବହେଳିତ ଛୋଟ ବ୍ୟବସାୟୀ ଓ ଶ୍ରମିକମାନଙ୍କୁ ମାସିକ ପେନ୍ ସନ ଯୋଗାଇ ଦେବା ବିଷୟରେ ଆଲୋକପାତ କରିଥିଲେ ଏବଂ ଆଗାମୀ ଦିନରେ ମୋଦୀଙ୍କ ସହିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ।

ଉକ୍ତ ବୈଠକରେ ଭାରତୀୟ ଜନତା ପାର୍ଟୀର ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ବାରବାଟୀ କଟକର ବିଧାନସଭା ପ୍ରାର୍ଥୀ ଶ୍ରୀଯୁକ୍ତ ସମୀର ଦେ, ବିଶିଷ୍ଟ ଶିକ୍ଷାବିତ୍ ବିନୋଦ ଦାସ ଯୋଗ ଦେଇ ଆଶୀର୍ବାଦ ଭିକ୍ଷା କରିବା ସହିତ ସମସ୍ତ ଚା’ ବ୍ୟବସାୟୀଙ୍କୁ ଉପଡୋକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସମୀର ଦେ, ସମସ୍ତ ରାସ୍ତା ନବୀକରଣ କରିବା ସହିତ କଟକ ସହରରେ ତାରକସି କାରିଗର, ଶିଙ୍ଘ କାମ କାରିଗରମାନଙ୍କୁ ପ୍ରତ୍ସାହନ ଯୋଗାଇ ଦେବା ସହ ବ୍ୟାପକ ଭେଣ୍ଡିଂଗ ଜୋନ ପ୍ରତିଷ୍ଠା କରି ବେକାର ଯୁବକ ଓ ଯୁବତୀ ଏବଂ ଉଠା ଚା’ ଦୋକାନୀ ଓ ମହିଳାମାନଙ୍କୁ ଥଇଥାନର ବ୍ୟବସ୍ଥା କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ। ଉକ୍ତ ସଭାକୁ ୧୯ ଦିଗ ଭାଗର ସର୍ବାଧିକାରୀ ବିରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ ଏବଂ ଅଜୟ କୁମାର ଜଟ, ଦୀପକ କୁମାର, ଜେନା ପ୍ରମୁଖ ସହଯୋଗ କରିଥିଲେ, ସଭା ପ୍ରାରମ୍ଭରେ ଆଶା ଆଶ୍ୱାସନା ବସ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସଂଗୀତ ଗାନ କରିଥିଲେ। ପରିଶେଷରେ ଭବାନୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.