Home ଜିଲ୍ଲା ପରିକ୍ରମା ମୋଡ଼ସାହି ମାଉସୀଘରୁ ହରିବୋଲ କ୍ଷେତ୍ରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତୀ, ଜିଲ୍ଲାପାଳ କଲେ ଛେରା ପହଁରା, ସୁଭଦ୍ରାଙ୍କ...

ମୋଡ଼ସାହି ମାଉସୀଘରୁ ହରିବୋଲ କ୍ଷେତ୍ରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତୀ, ଜିଲ୍ଲାପାଳ କଲେ ଛେରା ପହଁରା, ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

11

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ିି ବ୍ଳକ ଅଧୀନ ଗୁଆମାଳ ମୋଡ଼ସାହି ସ୍ଥିତ ମାଉସୀମା’ ମନ୍ଦିରରୁ ଚତୁର୍ଦ୍ଧା ମୂର୍ତିୀ ଭଦ୍ରକ ବ୍ଲକ ଅଧୀନ କେଶପୁର ସ୍ଥିତ ହରିବୋଲ କ୍ଷେତ୍ରକୁ ବାହୁଡ଼ିଛନ୍ତି। ଚତୁର୍ଦ୍ଧା ମୂର୍ତି ତିନିରଥକୁ ବିଜେ କରିବା ବେଳେ ଭକ୍ତମାନେ ଭାବ ବିହ୍ୱଳ ହୋଇ ପଡ଼ିବା ସହିତ ଭଗବାନ-ଭକ୍ତ ଏକାକାର ହୋଇ ଯାଇଥିଲେ। ବାହୁଡ଼ା ଯାତ୍ରା ପାଇଁ ମାଉସୀମା’ ମନ୍ଦିରରେ ପ୍ରାତଃକାଳରୁ ପୂଜକଙ୍କଦ୍ୱାରା ବିଭିନ୍ନ ପୂଜା ବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା। ମହନ୍ତ ଭାଗବତ ମିଶ୍ର ପୂଜକ କଳ୍ପତରୁ ଉଦ୍‌ଗାତା, ଦେବେନ୍ଦ୍ର ଉଦ୍‌ଗାତା, ଜଗନ୍ନାଥ ପଣ୍ଡା ପ୍ରମୁଖ ଶ୍ରୀଜୀୟୁଙ୍କ ନୀତିକାନ୍ତୀ ସମ୍ପନ୍ନ କରିଥିଲେ। ପୂର୍ବାହ୍ନରେ ପହଣ୍ଡି ବିଜେ ପରେ ଜିଲାପାଳ ଦିଲୀପ ରାଉତରାଏଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପାଲିଙ୍କିରେ ରଥ ପାଖକୁ ନିଆଯାଇଥିଲା। ସମସ୍ତ ବିଧିମୁତାବକ ତିନି ରଥ ଉପରେ ଜିଲାପାଳ ଛେରା ପହଁରା କରିଥିଲେ। ଆଖପାଖ ଅଂଚଳ ସମେତ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଭକ୍ତଙ୍କ ସମାଗମରେ ପୂରି ଉଠିଥିଲା ମୋଡ଼ସାହି ଶ୍ରୀଗୁଣ୍ଡିଚା କ୍ଷେତ୍ର। ପରେ ତିନି ରଥ କେଶପୁର ସ୍ଥିତ ହରିବୋଲ କ୍ଷେତ୍ରକୁ ଗଡ଼ିଥିଲା। ମହିଳାମାନେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଟାଣିଥିଲେ। ମୋଡ଼ସାହି ମାଉସୀ ମା ମନ୍ଦିର କମିଟି ତରଫରୁ ଲକ୍ଷ୍ମୀକାନ୍ତ ଖୁଂଟିଆ, ସମ୍ପାଦକ ସନାତନ ଜେନା, କୋଷାଧ୍ୟକ୍ଷ ମନୋରଞ୍ଜନ ଖୁଂଟିଆ, ରବିନାରାୟଣ ସାମଲ, ଭରତ ଚନ୍ଦ୍ର ସାହୁ, ରବିନ୍ଦ୍ର ପୃଷ୍ଟି, ପ୍ରମୋଦ କୁମାର ନାୟକ, ଅତୁଲ୍ୟ ବେହେରା, ସନ୍ତୋଷ ସାମଲ, ଦୀପ୍ତିକାନ୍ତ ଖୁଂଟିଆ, ଦିଲୀପ ଖୁଂଟିଆ, ବିଦ୍ୟାଧର ସାମଲ, ଶଶିକାନ୍ତ ଜେନା, ପ୍ରକାଶ ଖୁଂଟିଆ, ପ୍ରିୟରଂଜନ ବେହେରା, ପ୍ରଶାନ୍ତ ସାହୁ, ପ୍ରମୁଖଙ୍କ ସମେତ ହରିବୋଲ କ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ନଗେନ ଦାଶ, ସମ୍ପାଦକ ପତିତପାବନ ପଣ୍ଡା, ସରୋଜ କୁମାର ପଣ୍ଡା, ଶ୍ରୀଧର ପୁହାଣ, ସନ୍ତୋଷ ନାୟକ, ସଞ୍ଜୟ ସାହୁ, ରବିନ୍ଦ୍ରନାଥ ସାହୁ, ପ୍ରକାଶ ସାହୁ, ପ୍ରତାପ ସାହୁ ଉପସ୍ଥିତ ରହି ରଥଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଶରତ କୁମାର ସାହୁ, ବିଶ୍ୱମୈତ୍ରୀ ନାୟକ, ସୁଶ୍ରୀ ତପସ୍ୱିନୀ ପାଢ଼ୀ, ଲଳିତ ମୋହନ ମିଶ୍ର, ମନୋରମା ଆଚାର୍ଯ୍ୟ, ନିତ୍ୟାନନ୍ଦ ମିଶ୍ର, ଉଦ୍ଧବ ଚରଣ ମିଶ୍ର, ପୁଷ୍ପଲତା ପଣ୍ଡା, ଅନିମା କର, ହରିହର ଦାସ, ଭରତ ସାହୁ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ । ଆଇନ ସୃଙ୍ଖଳା ପରିସ୍ଥିତି ପାଇଁ ତିହିଡ଼ି ପୁଲିସ ପକ୍ଷରୁ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନିର୍ଦ୍ଦେଶକ୍ରମେ ଏସଆଇ ପ୍ରକାଶ ନାୟକଙ୍କ ସମେତ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ତିହିଡ଼ି ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଅଧିକାରୀ ଅନନ୍ତ ପ୍ରସାଦ ବେହେରା ଦମକଳ ବାହିନୀ ସହ ଉପସ୍ଥିତଥିଲେ। ଏଥି ସହ ତିହିଡି ଓ ଗୁଆମଳା ଡାକ୍ତରଖାନା କର୍ମଚାରୀମାନେ ଉପସ୍ଥିତ ରହି ସେବା ଯୋଗାଇଥିଲେ। ସେହିପରି ତିହିଡ଼ି ବ୍ଲକର ପୀରହାଟ, ଚାରିତରଫ, ତିହିଡ଼ି, ମଙ୍ଗରାଜପୁର, ମୂଷାଙ୍ଗ, କୋହ୍ଲ, ତାଳପଦା, କାଳିମେଘା, ନୂଆନନ୍ଦ, ଅଲୀନଗର, ତାଳପଦା ଇତ୍ୟାଦି ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.