Home ଜିଲ୍ଲା ପରିକ୍ରମା ମୋଟେଲ ଛକରେ ଏଲଇଡି ହାଇମାକ୍ସ ଆଲୋକ ଉଦ୍‌ଘାଟିତ

ମୋଟେଲ ଛକରେ ଏଲଇଡି ହାଇମାକ୍ସ ଆଲୋକ ଉଦ୍‌ଘାଟିତ

33

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଆଜି ଭଦ୍ରକ ସହରାଞ୍ଚଳର ମୋଟେଲ ଛକ ଠାରେ ହାଇ ପାୱାର ଏଲଇଡି ହାଇମାକ୍ସ ଲାଇଟର ଶୁଭ ଉଦଘାଟନ ହୋଇଛି । ସଂଧ୍ୟାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ରହି ଏହି ଆଲୋକ ସେବାକୁ ଉଦ୍‌ଘାଟନ କରିଥିଲେ । ଏଥି ସହିତ ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଏହି ଅବସରରେ ଉପସ୍ଥିତ ଥିଲେ । ଏହାଛଡ଼ା ବାଇପାସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମଧ୍ୟ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥାକୁ ଉପରୋକ୍ତ ଜନ ପ୍ରତିନିଧିମାନେ ଉଦ୍‌ଘାଟନ କରିଥିଲେ । ମୋଟେଲ ଛକ ଉଦ୍‌ଘାଟନୀ ସ୍ଥଳରେ ୭ ନମ୍ବର ୱାର୍ଡ଼ର ବିଜେଡି ନେତା ଗୋପାଳ କୃଷ୍ଣ ଦାସ, ରାଜେଶ ଦାସ, ଦେବାଶିଶ ମଲ୍ଲିକ, ଅଶ୍ୱିନ କୁମାର ଦାସ, ଉମେଶ ଚନ୍ଦ୍ର ଦାସ, ପରମାନନ୍ଦ ସାହୁ, ମୁକ୍ତିକାନ୍ତ ମଲ୍ଲିକ, ଅତିଶ ଦାସ, ପ୍ରଦୀପ ପାଲ, ସନ୍ତୋଷ ମହାପାତ୍ର, ନୃସିଂହ ଚରଣ ନାୟକ, ଜଗଦାନନ୍ଦ ମହାନ୍ତି, ଜଗତ୍ ବଲ୍ଲଭ ଦାସ, ପରେଶ ମହାନ୍ତି, ସେକ ଜଲ୍ଲୋ, ସେକ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.