Home ଜିଲ୍ଲା ପରିକ୍ରମା ମେନକା ସୁନ୍ଦରୀ ଭଞ୍ଜଙ୍କ ଶ୍ରଦ୍ଧାଞ୍ଜଳି ସଭା

ମେନକା ସୁନ୍ଦରୀ ଭଞ୍ଜଙ୍କ ଶ୍ରଦ୍ଧାଞ୍ଜଳି ସଭା

17

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) -ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୭ ଗବସାହି ଗ୍ରାମରେ ବରିଷ୍ଠ ଅଧିବକ୍ତା ଦୀପକ ସାହୁଙ୍କ ମାତୃ ଏକାଦଶାହ କ୍ରିୟାରେ ଯୋଗଦାନ କରି ସ୍ୱର୍ଗତ ମେନକା ସୁନ୍ଦରୀ ଭଞ୍ଜଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଏବଂ ଜଣେ ଧର୍ମପରାୟଣ ଓ ମହିୟସୀ ମହିଳା ଭାବେ ତାଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣକମଳରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୧୦ ପାରିଷଦଙ୍କ ପ୍ରତିନିଧି ପଙ୍କଜ ବଳ, ବରିଷ୍ଠ ନେତା ଗୋପାଳ ଚନ୍ଦ୍ର ଦାସ (ଟୁଲୁ ନନା) ଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.