Home ଜିଲ୍ଲା ପରିକ୍ରମା ମେଧାବୀ ଛାତ୍ରଛାତ୍ରୀ ଓ ପ୍ରତିଭା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ମେଧାବୀ ଛାତ୍ରଛାତ୍ରୀ ଓ ପ୍ରତିଭା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

45

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂଜ୍ୟପୂଜାର ବ୍ୟତିକ୍ରମ ହେଲେ କେବେ ସୁସ୍ଥସମାଜ ଗଠନ ହୋଇପାରିବ ନାହିଁ । ପିତାମାତା ଓ ଗୁରୁ, ଗୁରୁଜନ ମାନଙ୍କୁ ଭକ୍ତି କରିବା ଦ୍ୱାରା ଆଗାମୀ ପିଢି ସେଇ ପରମ୍ପରାକୁ ବଜାୟ ରଖି ପାରିବବୋଲି ସମାଜସେବୀ ଦୁର୍ଯ୍ୟୋଧନ ବେହେରାଙ୍କ ୧୩ତମ ସ୍ମୃତିଚାରଣ ସଭାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଭଦ୍ରକ ଜିଲ୍ଳାର ଜଣେ ଜଣାସୁଣା ଆଦର୍ଶ ସମାଜସେବୀ ଦୁର୍ଯ୍ୟଧନ ବେହେରା ୧୩ତମ ସ୍ମୃତି ଚାରଣ ସଭାରେ ବିଦ୍ୟାଳୟ ସ୍ତରୀୟ ମେଧାବି ଛାତ୍ର ଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାବାନ ବ୍ୟଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର ସଭାପତିତ୍ୱ କରିଥିବାବେଳେ କ୍ଷେତ୍ରବାସୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭୀମଚରଣ ପରିଡ଼ା ସଭାସଂଚାଳନା କରିଥିବାବେଳେ ଅଜୟ କୁମାର ନାୟକ, ନିର୍ମଳ ରାଉତ, ଅନିଲ କୁମାର ବାରିକ, ଦୟାନିଧି ମିଶ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ଲେଙ୍କା, ଗିରିଧାରି ଜେନା, ଶେଖର ଜେନା, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ସନ୍ତୋଷ ଦାସ, କାଳନ୍ଦି ମଲ୍ଳିକ, ନିରଂଜନ ମଲ୍ଲିକ, ନିତ୍ୟାନନ୍ଦ ବେହେରା, ଖଗେଶ୍ୱର ଜେନା, ବାବୁଲା ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ସ୍ତରରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସ୍ମୃତି ସଂସଦ ପକ୍ଷରୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.