Home କେନ୍ଦୁଝର ମେଡିସିନି ଦୋକାନରୁ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରୀ

ମେଡିସିନି ଦୋକାନରୁ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରୀ

50

ହାଟଡିହି-୨୩। ୬ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ହାଟଡିହି ତହସିଲ ଛକରେ ଥିବା ଗଣପତି ମେଡିକାଲ ଔଷଧ ଦୋକାନରୁ ୮ଲକ୍ଷରୁ ଉର୍ଦ୍ଧ ଟଙ୍କା ଚୋରୀ ଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଦୋକାନ ମାଲିକ ନାରାୟଣ ପହି ଗତକାଲି ରାତି ୧୧ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳେ ପାଖ ଦୋକାନୀ ସ୍କାଇ ଲାଇଟ ଭଙ୍ଗା ଯାଇଥିବା ନେଇ ଖବର ଦେବାପରେ ସେ ଆସି ଦୋକାନରୁ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ସେ ରଜ ଦିନଠାରୁ ତାଙ୍କ ହିରୋ ସୋରୁମରେ ବିକ୍ରୀ ହୋଇଥିବା ୮ଲକ୍ଷ ଟଙ୍କାକୁ ଦୋକାନର କ୍ୟାସ ଡୟରେ ରଖିଥିବାବେଳେ ଆଉ ଏକ ସ୍ଥାନରେ ତାଙ୍କର ମନିପର୍ସ ଯିକୁ ରଖିଥିଲେ। ଯେଉଁଥିରେ ୨୫ହଜାର ଟଙ୍କା ଥିଲା। ଦୁର୍ବୁତମାନେ ସବୁତକ ଟଙ୍କା ନେଇଯିବା ସହ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡଡିସ୍ ଟିକୁ ମଧ୍ୟ ନେଇ ଯାଇଛନ୍ତି। ଦୋକାନ ବାହାରେ ଦୁଇଟି ବାଉଁଶ, ଗୋଟିଏ ଲୁହା ରଡ ପଡିଥିବା ଦେଖିବାକୁ ମିଳିଛି। ଅଭିଯୋଗ ପାଇବାପରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.