Home ଜିଲ୍ଲା ପରିକ୍ରମା ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଦର ବିଧାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଦର ବିଧାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

47

ବାଲେଶ୍ୱର, ୧୮-୬ (ଓଡ଼ିଆ ପୁଅ/ଅଭୟ ଦାସ) ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ଶୋକ ସଭାରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ାଙ୍କ ସମେତ ଶଶାଙ୍କ ଶେଖର ଦତ୍ତ, ଶ୍ରଦ୍ଧାଞ୍ଜଳି ରାୟ, ନିରଞ୍ଜନ ରାଉତ, ସେକ୍ କରିମ୍‌, ପ୍ରସନ୍ନ ପାଢ଼ୀ, ଗୌରାଙ୍ଗ ପାଣିଗ୍ରାହୀ, ଇଂ. ବନମାଳୀ ନାୟକ, ଡା. ତାରାକାନ୍ତ ନନ୍ଦ, ବ୍ରହ୍ମାନନ୍ଦ ଦାସ, ଶ୍ୟାମସୁନ୍ଦର ଜେନା, ପ୍ରଫୁଲ୍ଲ କୁମାର ଦାସ, ରବି ପାଣିଗ୍ରାହୀ, ପ୍ରଦୀପ ଦାସ, ଡା. କୁନାନନ୍ଦ ଗିରି, ଅକ୍ଷୟ କୁମାର ତ୍ରିପାଠୀ, ଯୋଗେନ୍ଦ୍ର ମାହାର୍ଣ୍ଣା, ପ୍ରଭାକର ସାହୁ, ଗିରିଶ ଚନ୍ଦ୍ର ଦାଶ, ସୀତାରାମ ପ୍ରଧାନ, ଚକ୍ରଧର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଦତ୍ତଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ବିଧାୟକ ହେବା ପୂର୍ବରୁ ଓ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ କ୍ରିୟାନୁଷ୍ଠାନ କମିଟିକୁ ଶେଷ ପର୍ଯ୍ୟନ୍ତ ସେ ସହଯୋଗ ପ୍ରଦାନ କରିଥିଲେ। ତୃଣମୂଳ ସ୍ତରରୁ ଜନସମ୍ପର୍କ ରକ୍ଷା କରୁଥିବାରୁ ସେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରି ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ। ନିରବ ପ୍ରାର୍ଥନା ସହ ବିଧାୟକ ସ୍ୱର୍ଗତଃ ଦତ୍ତଙ୍କ ସମେତ ଭାରତ-ଚୀନ ସୀମାନ୍ତରେ ସହିଦ ୨୦ଜଣ ଜବାନମାନଙ୍କ ସମ୍ମାନାର୍ଥେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.