Home କୋରାପୁଟ ମେଡିକାଲ କଲେଜରୁ ନିଖୋଜ ଶିଶୁ ଉଦ୍ଧାର ଓ ୫ ଗିରଫ

ମେଡିକାଲ କଲେଜରୁ ନିଖୋଜ ଶିଶୁ ଉଦ୍ଧାର ଓ ୫ ଗିରଫ

47

କୋରାପୁଟ ୧୫-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରରୁ ଶିଶୁ ନିଖୋଜ ଘଟଣାରେ  କୋରାପୁଟ ଟାଉନଥାନା ପୋଲିସ ଅଭିଯୋଗକାରୀଙ୍କର  ୨ଜଣ ଶାଶୁଙ୍କ   ସହ ୫ଜଣକୁ ଗିରଫ  କରିଥିବାବେଳେ  ନିଖୋଜ ଶିଶୁକୁ  କୁନ୍ଦୁରା ଥାନା କୁପରା ଗ୍ରାମରୁ ଉଦ୍ଧାର କରିଥିବା  କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ  ୫ଜଣ  ହସ୍ପିଟାଲରୁ ଶିଶୁକୁ ନେଇଥିବା ତେନ୍ତୁଲିଖୁଣ୍ଡି ଥାନା  କଂଗ୍ରା ଗ୍ରାମର ଟୁନା ହରିଜନ, ଅଭିଯୋଗକରୀ ଡମୁସିଂ ଗୌଡଙ୍କ ଶାଶୁ ଗଙ୍ଗେଇ ଗୌଡ ଓ ବାସନ୍ତୀ ଗୌଡ,ବିସଂହପୁର ଅଂଚଳର ହେମନ୍ତ ମହୁରିଆ ଓ ରଂଜିତା ମହୁରିଆ  ବୋଲି ଜଣାପଡିଛି । ଥାନା ଅଧିକାରୀ  ଧୀରେନ ପଟ୍ଟନାୟକଙ୍କ  ଉପସ୍ଥିତିରେ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଏସଡିପିଓ ସୂଚନା ଦେଇ କହିଛନ୍ତି ୯ତାରିଖରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ସିଲକଗୁଡା ଗ୍ରାମର ଡମୁସିଂ ଗୌଡଙ୍କ ପତ୍ନୀ ତୁଲସିନା ଘରେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ  । ପ୍ରସବ ପରେ ତୁଲସିନା ଗୁରୁତର ଅସୁସ୍ଥ ହେବାରୁ ପରିବାର ଲୋକେ  ପ୍ରଥମେ ପାପଡାହାଣ୍ଡି ହସ୍ପିଟାଲ ଓ ପରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ  ସ୍ଥାନାନ୍ତର କରିଥିଲେ  । ତେବେ କୋରାପୁଟରେ  ଡାକ୍ତର ତୁଲସିନାକୁ ମୃତ ଘୋଷଣା କରିଥିଲେ ।  ମା ଛେଉଣ୍ଡ ନବଜାତକ ଶିଶୁକୁ  ଲାଳନ ପାଳନ କରିବା କଷ୍ଟକର ବୋଲି କହି  ଟୁନା ହରିଜନ  ନବଜାତକ ଶିଶୁକନ୍ୟାକୁ  କୁନ୍ଦୁରା ଅଂଚଳର ଏକ ନିସନ୍ତାନ ଦମ୍ପତିଙ୍କୁ ଦେଇଦେବାକୁ କହିଥିଲେ ।  ଟୁନା ହରିଜନର କଥାରେ ପଡି  ଡମୁସିଂ ଗୌଡର ଶାଶୁ ଗଂଗେଇ ଓ ବାସନ୍ତୀ  ନବଜାତକ ଶିଶୁ କନ୍ୟା  ହସ୍ପିଟାଲରେ ରଖା ଯାଇଥିବା କହି ନବଜାତକକୁ  ବିସିଂହପୁରର ହେମନ୍ତ ମହୁରିଆ ଏବଂ ରଂଜିତା ମହୁରିଆକୁ  ହସ୍ତାନ୍ତର କରିଥିଲେ । ପରବର୍ତି ସମୟରେ ହେମନ୍ତ ଓ ରଂଜିତା  ଶିଶୁକନ୍ୟାକୁ କୁନ୍ଦୁରା ଥାନା କୁପରା ଗ୍ରାମର ଏକ ନିସନ୍ତାନ ଦମ୍ପତିକୁ ଦେଇଥିଲେ । ପତ୍ନୀଙ୍କ  ଶେଷକୃତ୍ୟ ସାରି ନରସିଂହ ୧୧ ତାରିଖରେ କୋରାପୁଟ ଫେରି  ମେଡିକାଲ କଲେଜ ଓ ହସ୍ପିଟାଲରେ ନିଜ ଶିଶୁକନ୍ୟାକୁ ଖୋଜି ପାଇ ନ ଥିଲେ । ନିଜ ନବଜାତ ଶିଶୁକନ୍ୟା ବିଷୟରେ ଡମୁସିଂ ମେଡିକାଲ କର୍ମଚାରୀଙ୍କୁ ପଚାରିବାରୁ  ଶିଶୁକୁ ତୁମ୍ଭର ପରିବାର ଲୋକ ନେଇଗଲେ ବୋଲି କହିବା ପରେ କିଏ ନେଲେ କହିବାରୁ  କୌଣସି ଉତର ନ ଦେବାରୁ ସେ ବାଧ୍ୟ ହୋଇ ପୋଲିସର ଦ୍ୱାରସ୍ତ ହୋଇଥିଲେ ।  ଟାଉନଥାନା ପୋଲିସ ଏକ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରଥିଲା । ଥାନା ଅଧିକାରୀ ଧୀରେନ ପଟ୍ଟନାୟକ,ସବ-ଇନସପେକ୍ଟର ସୂଦର୍ଶନ ଅଧିକାରୀ  ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ପ୍ରମୁଖ  ହସ୍ପିଟାଲର ସିସିଟିଭି ଫୁଟେଜ ଅନୁଧ୍ୟାନ କରି  ଖୋଳତାଡ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ  କୁନ୍ଦ୍ରାରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଉଦ୍ଧାର ଶିଶୁକନ୍ୟାକୁ ପୋଲିସ ଡିସିପିଓ ରାଜଶ୍ରୀ ଦାସଙ୍କୁ ହସ୍ତାନ୍ତର କରିବା ପରେ ସେ ଶିଶୁର ବାପା ଡମୁସିଂ ଗୌଡଙ୍କ ୁ ତାଙ୍କ ଝିଅକୁ  ଫେରାଇ ଦେଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.