Home କୋରାପୁଟ ମେଟ୍ରିକ ପରୀକ୍ଷା – ୨ୟ ଦିନ ଇଂରାଜୀ ପରୀକ୍ଷାରେ ଜିଲ୍ଲାର ୧୩୭୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା...

ମେଟ୍ରିକ ପରୀକ୍ଷା – ୨ୟ ଦିନ ଇଂରାଜୀ ପରୀକ୍ଷାରେ ଜିଲ୍ଲାର ୧୩୭୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ

1450

କୋରାପୁଟ ୨୫-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ )କୋରାପୁଟ ଜିଲ୍ଲାରେ ୨ ୟଦିନ ମେଟ୍ରିକ ପରୀକ୍ଷା ଶୃଖଂଳାରସହ ଶେଷ ହୋଇଯାଇଥିବା ଜଣାପଡିଛି। ଇଂରାଜୀ ପରୀକ୍ଷାରେ ଜିଲ୍ଲାର ୧୩ ହଜାର ୭୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୭୭ ଜଣ ଅନୁପସ୍ଥିତ ରହିଥିଲେ ବୋଲି କାର୍ଯ୍ୟାଳୟରୁ ସୂଚନା ମିଳିଛି।ଗୁପ୍ତେଶ୍ୱର ଏସଏସଡି ହାଇସ୍କୁଲ ପରୀକ୍ଷା କେନ୍ଦ୍ର ୨ ଜଣ ପରୀକ୍ଷାର୍ଥି କପି କରୁଥିବା ସମୟରେ ଧରା ପଡିଥିଲେ ବୋଲି ଜଣାପଡିଛି।ସୂଚନା ଯୋଗ୍ୟ ଯେ ଗତ ୨୨ ତାରିଖଦିନ ବନ୍ଧୁଗାଁ ସରକାରୀ ହାଇସ୍କୁଲ କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦ୍ର ଅଧିକ୍ଷକ ନଗେନ୍ଦ୍ର କୁମାର ଜେନା ଓ ପରୀକ୍ଷକ ଉମେଶଚନ୍ଦ୍ର ବେହେରାଙ୍କ ନାମରେ ଗତକାଲି ବନ୍ଧୁଗାଁ ଥାନାରେ ଏତଲା ଦେଇଥିଲେ।ବନ୍ଧୁଗାଁ କେନ୍ଦ୍ରର ଅଧିକ୍ଷକଭାବେ ଗୋଲକ ବିହାରୀ ମଲ୍ଲିକଙ୍କୁ ନିଯୁକ୍ତ ଦିଆଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.