Home ଜିଲ୍ଲା ପରିକ୍ରମା ମେଟ୍ରିକ ପରୀକ୍ଷାରେ ଭଦ୍ରକ ପାଇଁ ଗୌରବ ଆଣିଛନ୍ତି ଅମ୍ରିତ

ମେଟ୍ରିକ ପରୀକ୍ଷାରେ ଭଦ୍ରକ ପାଇଁ ଗୌରବ ଆଣିଛନ୍ତି ଅମ୍ରିତ

16

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ମେଟ୍ରିକ ପରୀକ୍ଷାର ଫଳାଫଳ କିଛିଦିନ ତଳେ ପ୍ରକାଶ ପାଇଥିବାବେଳେ ଆଇସିଏସ୍‌ଇ ବୋର୍ଡ଼ର ଭଦ୍ରକ ହେପି ହୋମ ସ୍କୁଲର ଛାତ୍ର ଅମ୍ରିତ ଆନନ୍ଦ ପାଣିଗ୍ରାହୀ ୯୭ ଶତକଡା ନମ୍ବର ରଖି ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅମ୍ରିତ ଜଣେ ସାଧାରଣ ମଧ୍ୟବିତ ପରିବାରର ପିଲା ହୋଇ ମଧ୍ୟ ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତାକୁ ନେଇ ଅମ୍ରିତ କହିଛନ୍ତି ପ୍ରତିଦିନ ୧୦ ରୁ ୧୨ ଘଂଟା ପରିଶ୍ରମ କରୁଥିଲେ। ଏହା ପଛରେ ପିତା ଅନିଲ ପାଣିଗ୍ରାହୀ ଓ ମାତା ରଞ୍ଜିତା ପାଣିଗ୍ରାହୀଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକଶ କରିଥିଲେ ଅମ୍ରିତ ଏବଂ ସବୁ ଶ୍ରେୟ ତାଙ୍କର ପିତା ମାତା ଓ ସମସ୍ତ ଶିକ୍ଷକଙ୍କୁ ଦେଇଥିବାବେଳେ, ଅମ୍ରିତ ଭବିଷ୍ୟତରେ ଜଣେ ଚାଟାର୍ଡ଼ ଆକାଉେଂଟଟ ହେବାକୁ ଇଛା ପ୍ରକାଶ କରିଛନ୍ତି। ସେପଟେ ବାପା ଜଣେ କଲେଜରେ କମ୍ପୁଟର ପ୍ରୋଗ୍ରାମର ଭାବେ କାର୍ଯ୍ୟରତ ଥିଲାବେଳେ ମାତା ଜଣେ ଗୃହିଣୀ, ହେଲେ ସାନପୁଅର ଏଭଳି ସଫଳତାକୁ ନେଇ ବେଶ ଖୁସି ଥିବାବେଳେ ବଡ଼ ପୁଅ ଜଣେ ଡାକ୍ତରୀ ଛାତ୍ର ଭାବେ ଅଧୟନ କରୁଛନ୍ତି। ଶେଷରେ ଅମ୍ରିତ ଭବିଷ୍ୟତରେ ଜଣେ ଭଲ ମଣିଷ ହେବେ ବୋଲି ଗଣ ମାଧ୍ୟମରେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.