Home ଜିଲ୍ଲା ପରିକ୍ରମା ମେଘା ଭୂତଳ ପାଇପ ପାଇଁ ଉଜୁଡିଗଲା ଭଲ ରାସ୍ତା, ରାସ୍ତାରେ ଭାସୁଛି ପଙ୍କ କାଦୁଅ, ଗାଡି...

ମେଘା ଭୂତଳ ପାଇପ ପାଇଁ ଉଜୁଡିଗଲା ଭଲ ରାସ୍ତା, ରାସ୍ତାରେ ଭାସୁଛି ପଙ୍କ କାଦୁଅ, ଗାଡି ଯାତାୟତ ବାଧାପ୍ରାପ୍ତ

7

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଶୈବପୀଠ ଆରଡି ସମେତ ଆଖପାଖ ଅଂଚଳକୁ ମେଘା କମ୍ପାନୀ ତରଫରୁ ଯୋଗାଇ ଦିଆଯିବ ବିଷୁଦ୍ଧ ପାଣି। ହେଲେ ତା’ ପୂର୍ବରୁ ସାଳନ୍ଦୀ ନଦୀଘାଟ ଠାରୁ ପୀଠର ପାନ୍ଥନିବାସ ଯାଏଁ ଦୀର୍ଘ ୧୦କିମି. ରାସ୍ତାରେ ଭୂତଳ ପାଇପ ପକାଯାଉଥିବାରୁ କମ୍ପାନୀ ମନମୁଖି ଭାବେ ସୁଦୃଢ କଂକ୍ରିଟ ଓ ପିଚ ରାସ୍ତାକୁ ଖୋଳି ଦେବାରୁ ରାସ୍ତା ଅଣଓସାରିଆ ହୋଇଯିବା ସହ କାଦୁଅ, ପଙ୍କ ବର୍ଷା ହେଲେ ରାସ୍ତାରେ ଭାସୁଥିବାରୁ ଗାଡି ଯାତାୟତ କରିବା ତ ଦୂରର କଥା ପାଦଚଲା ଲୋକ ଯିବାକୁ ଭୟ କରୁଛନ୍ତି। ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଗତ କିଛିମାସ ହେବ ମେଘା କମ୍ପାନୀ ଲଗାଣବର୍ଷାରେ ଅର୍ଦ୍ଧ ରାତିରେ ଦେଢଫୁଟ ମୋଟେଇ କଂକ୍ରିଟ ରାସ୍ତାକୁ ଖୋଲିଦେଇ ଏଣେତେଣେ ଫୋଫାଡି ଦେଇ ପାଇପ ବିଛାଇ ପଳାଇଯାଉଥିବା ସ୍ଥାନୀୟ ଲୋକ କହିଛନ୍ତି। ଏପରିକି ରାସ୍ତା ମରାମତି ବାବଦରେ କମ୍ପାନୀର ଅଧିକାରୀଙ୍କୁ ଜଣାଇଲେ କିଛି ସୁଫଳ ମିଳୁନି। ପୀଠରେ ଆସନ୍ତା ୧୪ରୁ ଏକମାସ ଧରେ ଶ୍ରାବଣୀଯାତ୍ରା ଆରମ୍ଭ ହେବ। ଏହି ଯାତ୍ରାରେ ଲକ୍ଷାଧିକ କାଉଡିଆଭକ୍ତ ଜଳଭାର ଧରି ଖାଲିପାଦରେ ଚାଲିଚାଲି ଆସିବେ। ଏଥିପାଇଁ ଜିଲାସ୍ତରୀୟ ବୈଠକରେ ମେଘା କମ୍ପାନୀ କରିଥିବା କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିବା ବେଳେ ତୁରନ୍ତ ମରାମତି ପାଇଁ ଜିଲା ଜଳ ପରିମଳ ବିଭାଗର ଉଚ୍ଚ ପ୍ରଦାଧିକାରୀଙ୍କୁ କହିଥିଲେ ଭଦ୍ରକ ଜିଲାପାଳ ତଥା ଶ୍ରାବଣୀଯାତ୍ରାର ଅଧ୍ୟକ୍ଷ ଦିଲିପ ରାଉତରାୟ। ଇତିମଧ୍ୟରେ ୧୦ଦିନ ବିତିଯାଇଥିଲେ ମଧ୍ୟ ହାତେ ରାସ୍ତା ମରାମତି ହେବା ତ ଦୂରର କଥା ଆହୁରି ଅନେକ ଭଲ ରାସ୍ତାକୁ ମନଇଛା ଖୋଳି ପକାଉଛି ମେଘା କମ୍ପାନୀ। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବା ସହ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.