Home ଜିଲ୍ଲା ପରିକ୍ରମା ମେଘା ପ୍ରକଳ୍ପର ମନମାନି, ରାସ୍ତାରେ ପାଣି ଯାତାୟାତ ବନ୍ଦ ବିରୁଦ୍ଧରେ ଅଫିସ ଗେଟ୍‌ରେ ତାଲା ପକାଇଲେ...

ମେଘା ପ୍ରକଳ୍ପର ମନମାନି, ରାସ୍ତାରେ ପାଣି ଯାତାୟାତ ବନ୍ଦ ବିରୁଦ୍ଧରେ ଅଫିସ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

5

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣି ପାଇପ୍ ବିଛାଇବା ଆଳରେ ରାସ୍ତା କୁ ତାଡ଼ି ପକାଇଛି ମେଘା କମ୍ପାନୀ ପାନୀୟ ଜଳ ପ୍ରକଳ୍ପ। ଯେଉଁଥି ପାଇଁ ରାସ୍ତାରେ ଗର୍ତ ସୃଷ୍ଟି ହେବା ସହିତ ଆଣ୍ଠୁଏ ଉଚ୍ଚରୁ ଜମି ରହୁଛି ପାଣି। ଏହା ଫଳରେ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ ବନ୍ଦ ମଧ୍ୟ ହୋଇଯାଇଛି। ଦିର୍ଘ ୬ ବର୍ଷ ହେବ ମେଘା ପ୍ରକଳ୍ପର ଏଭଳି ମନ ମାନି କାର୍ଯ୍ୟ ଯୋଗୁଁ ରାସ୍ତାରେ ଯାତାୟତ କରିବା ପାଇଁ ଅଂଚଳବାସୀ ହଇରାଣ ହେଉଥିବା ବେଳେ ଆଜି ଚାନ୍ଦବାଲି ବ୍ଲକ ଗାନ୍ଧୀ ନଗର ସ୍ଥିତ ମେଘା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀମାନେ ଧାରଣା ଦେବା ସହିତ ଗେଟ୍ ରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ତେବେ ମେଘା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ କାର୍ଯ୍ୟ ଶେଷ କରିନଥିବା ବେଳେ ଆଉ ଆଗକୁ ଏହି କାର୍ଯ୍ୟ ଶେଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତି ରେ କାର୍ଯ୍ୟ ଆଗଉ ନାହିଁ ଏବଂ ସୀମିତ ସଂଖ୍ୟକ ଶ୍ରମିକ ଙ୍କୁ ନେଇ ଏହି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମଧ୍ୟ ରାଜି ନଥିବା ବେଳେ ଯାତାୟାତ ର କଷଣ ଭୋଗୁଛନ୍ତି ଲୋକେ। ଏପଟେ ପାଣି ପାଇପ୍ ବିଛାଇବା ଆଳରେ ରାସ୍ତା ସବୁ ଭାଙ୍ଗି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ବି ରାସ୍ତାକୁ ମରାମତି କରିବା ସମ୍ଭବ ପର ହେଉନାହିଁ। ଆସନ୍ତା ଅଗଷ୍ଟ ମାସରେ କାର୍ଯ୍ୟ ଛାଡ଼ି ପଳାଇବା ପାଇଁ କମ୍ପାନୀ ଏବେଠାରୁ ନିଜର ଶ୍ରମିକ ମାନଙ୍କୁ କାର୍ଯ୍ୟ କ୍ଷେତ୍ର ରୁ ବିଦା ମଧ୍ୟ କରିଦେଲାଣି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ବେଳେ ବିଭାଗୀୟ କର୍ତୃପକ୍ଷ କେବଳ ନୀରବ ଦ୍ରଷ୍ଟା ସାଜିଛି ।ଆଜି କମ୍ପାନୀର ଏଭଳି ମନମାନି କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଅଂଚଳ ବାସୀ ଆସି ମେଘା କମ୍ପାନୀ ଗେଟ ଆଗରେ ଧାରଣା ରେ ବସିବା ସହ କମ୍ପାନୀ ଗେଟ ରେ ତାଲା ମଧ୍ୟ ପକାଇ ଦେଇଥିଲେ। ଚାନ୍ଦବାଲି କଲେଜ ଠାରୁ ସାନ୍ତା ପର୍ଯ୍ୟନ୍ତ ରାସ୍ତା ର ଦୁରାବସ୍ଥା ଲାଗି ରହିଥିବା ବେଳେ ଏହି ରାସ୍ତା ଦେଇ ୭ଟି ରାଜସ୍ୱ ଗ୍ରାମ ର ଲୋକେ ଏବଂ ବିଦ୍ୟାଳୟ ଏବଂ କଲେଜ ଯାଉଥିବା ଛାତ୍ର ଛାତ୍ରୀ ନାହିଁ ନଥିବା ଅସୁ୍ୱିଧା ର ସମ୍ମୁଖୀନ ହେଉଛନ୍ତି। ଏହି ମୁଖ୍ୟ ରାସ୍ତା କୁ ତୁରନ୍ତ ନିର୍ମାଣ କରିବାକୁ ଅଂଚଳ ବାସୀ ନିଜର ଦାବୀ ଜଣାଇ ଆସୁଥିବା ବେଳେ ମେଘା କମ୍ପାନୀ କୌଣସି ପରିସ୍ଥିତି ରେ ଏହି କାର୍ଯ୍ୟ କରିବାକୁ ରାଜି ହେଉନାହିଁ ଫଳରେ ଦିନକୁ ଦିନ ଏହା ବିବାଦୀୟ ହୋଇ ପଡୁଥିବା ବେଳେ ଚାନ୍ଦବାଲି ଠାରେ ଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସଂସ୍ଥା ର କନିଷ୍ଟ ଯନ୍ତ୍ରୀ ଏ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ତୁରନ୍ତ ଏହି ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ମେଘା କମ୍ପାନୀ ଗେଟ ରେ ତାଲା ପଡିବ ବୋଲି ଅଂଚଳ ବାସୀ ଚେତାବନୀ ଦେବା ସହ ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.