Home କେନ୍ଦୁଝର ମେଗା ୱାଟର ପ୍ରୋକ୍ଟେର ଜଳ ବିଶୋଧନାଗାର ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ଜିଲ୍ଲାପାଳ

ମେଗା ୱାଟର ପ୍ରୋକ୍ଟେର ଜଳ ବିଶୋଧନାଗାର ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ଜିଲ୍ଲାପାଳ

29

ହାଟଡିହି-୨୭। ୬ : (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଆଜି ହାଟଡିହି ବ୍ଲକ ପୁରୁଣାପାଣି ଠାରେ ନିର୍ମିତ ହେଉଥିବା ମେଗା ୱାଟର ପୋଜେକ୍ଟର ପାୱାର ପ୍ଲାଣ୍ଟ ପରିଦର୍ଶନ କରିବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ତାଙ୍କ ସହିତ ପିଡି ବିଷ୍ଣୁପଦ ଆଚାର୍ଯ୍ୟ, ନିର୍ବାହୀଯନ୍ତ୍ରୀ ଅମୀୟ କୁମାର ପରିଜା, ସହକାରୀ ନିର୍ବାହୀଯନ୍ତ୍ରୀ ଭରତ ଚନ୍ଦ୍ର ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବିଡିଓ ବିଚିତ୍ର କୁମାର କର, ସହକାରୀଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଏନସିଏଲ କମ୍ପାନୀର ସିନିୟର ପ୍ରୋଜେକ୍ଟ ମ୍ୟାନେଜର ଭି ଏଲାନପୋଭାନ, ପ୍ରକଳ୍ପ ମ୍ୟାନେଜର ବିଶ୍ୱନାଥ ବଲି, ଡେପୁଟି ମ୍ୟାନେଜର ସଇକି ମହମଦ ବଶାଙ୍କ ସହ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ନଭେମ୍ବର ସୁଧା ଏହି ପ୍ରକଳ୍ପ କାର୍ଯ୍ୟ ସରିବାକୁ ଥିବାବେଳେ ହଦଗଡ ଠାରେ ନିର୍ମାଣ ହେବାକୁ ôତବା ଇନଟେକ ୱେଲ ପାଇଁ ଫରେଷ୍ଟ କ୍ଲିଅରାନ୍ସ ମିଳିପାରୁ ନଥିବାରୁ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ କମ୍ପାନୀ କର୍ତ୍ତୁପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ତୁରନ୍ତ ଏନେଇ ଉଚ୍ଚ କତ୍ତୁପକ୍ଷଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ଏହି ପ୍ରକଳ୍ପଦ୍ୱାରା ହାଟଡିହି ବ୍ଲକର ଦୁଇଶହରୁ ଉର୍ଦ୍ଧ ଗ୍ରାମକୁ ପାନୀୟ ଜଳଯୋଗାଣର ବ୍ୟବସ୍ଥା ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.