Home ଜିଲ୍ଲା ପରିକ୍ରମା ମେଗା ରକ୍ତଦାନ ଶିବିରରେ ଏନସିସି କ୍ୟାଡରଙ୍କ ୧ ହଜାରରୁ ଉର୍ଦ୍ଧ୍ୱ ରକ୍ତଦାନ

ମେଗା ରକ୍ତଦାନ ଶିବିରରେ ଏନସିସି କ୍ୟାଡରଙ୍କ ୧ ହଜାରରୁ ଉର୍ଦ୍ଧ୍ୱ ରକ୍ତଦାନ

11

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ସର୍ବବୃହତ୍ ରକ୍ତଦାନ ଶିବିର ୧୦୦୦ ୟୁନିଟ୍ ରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏନସିସି ପିଲା ଓ ସ୍ୱେଛାସେବିଙ୍କୁ ନେଇ ଭଦ୍ରକର ଗେଲପୁର ଠାରେ ଥିବା ନୂତନ ଜିଲ୍ଲା ମହକୁମା ମେଡିକାଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍‌, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲିପ ରାଉତରାୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସୁଧି ରଞ୍ଜନ ନାୟକ,ପ୍ରାକ୍ତନ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳ, ଅତିରିକ୍ତ ଜିଲ୍ଲାପାଳ ସରୋଜ କାନ୍ତ ଦତ, ଏନସିସି ଡାଇରେକ୍ଟର ସତ୍ୟବ୍ରତ ସ୍ୱାଇଁ, କର୍ଣ୍ଣେଲ ରଘୁବଂଶ, ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ବାଲେଶ୍ୱର, ଢେଙ୍କାନାଳ, ମୟୂରଭଞ୍ଜ,ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା,ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଏନସିସି ପିଲାମାନେ ଓ ରକ୍ତଦାତା ମାନେ ଏହି ବିଶ୍ୱ ରକ୍ତଦାନ ଦିବସରେ ନିଜର ରକ୍ତ ଦାନକରି ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ସୁଯୋଗ ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ରୋଟାରୀଆନ୍ ଅତିସ ବେହେରା ସଂଚାଳନ କରିବାରେ ସହାୟତା କରିଥିଲେ ।ପହିଲି ରଜ ଭଳି ମହତ୍ୱ ପୂର୍ଣ୍ଣ ଦିବସରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲାପାଳ ବିଶେଷ ବିଶେଷ ଧନ୍ୟବାଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.