Home ଓଡ଼ିଶା ମୃତ୍ୟୁ ପୂର୍ବରୁ ନିଜର ୬ଟି ଅଙ୍ଗ ଦାନ କଲେ ‘ଓଡିଆ ପୁଅ’ ସୂରଜ

ମୃତ୍ୟୁ ପୂର୍ବରୁ ନିଜର ୬ଟି ଅଙ୍ଗ ଦାନ କଲେ ‘ଓଡିଆ ପୁଅ’ ସୂରଜ

473

ଭୁବନେଶ୍ୱର୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନିଜର ପରିବାର ପ୍ରତିପୋଷଣ କରିବାକୁ ସୁଦୁର ଗୁଜୁରାଟ ରାଜ୍ୟର ସୁରଟ ସହରରେ କାମଧନ୍ଦା କରିବାକୁ ଯାଇ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଗଞ୍ଜନଗର ଲାଲସିଂ ଗ୍ରାମର ‘ଓଡିଆ ପୁଅ’ ସୂରଜ ସେଠୀ କିଛିଦିନ ମେଡିକାଲ ବେଡରେ ଜମରାଜାଙ୍କ ସହ ସଗ୍ରାମ କରି ପରାସ୍ତ ହେଲେ ସତ, ମୃତ୍ୟୁ ପୂର୍ବରୁ ନିଜ ଶରୀରର ବିଭିନ୍ନ ଅଙ୍ଗକୁ ନିଶ୍ଚିତ ମୃତ୍ୟୁ ଅପେକ୍ଷାରେ ଥିବା ୬ ଜଣ ବ୍ୟକ୍ତିଙ୍କୁ ମାଗଣା ଅଙ୍ଗ ଦାନ ଦେଇ ସେମାନଙ୍କ ଜୀବନ ରକ୍ଷାକରି ନିଜେ ଜମରାଜଙ୍କ ସହ ଆରପାରୀକି ଯାଇ ଦେଣ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଜଣେ ଗରିବ ପିଲା ଓ ତାର ବାପା’ମା ଙ୍କ ସହମତିରେ କରିଥିବା ଏପରି ମହତ କାର୍ଯ୍ୟ ପାଇଁ ଓଡିଶା ଗର୍ବିତ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡିଆ ପୁଅ’ ସୁରଜ ନାମରେ ଓଡିଶାରେ ‘ସୂରଜ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୃତ ସୂରଜଙ୍କ ବାପାମାଆଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି। ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ ‘ସୂରଜ ପୁରସ୍କାର’। ସୂରଜଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଲୋକସେବା ଭବନରେ ଭଞ୍ଜନଗର ଲାଲସିଂ ଗାଁର ସୁରଜ ସେଠୀଙ୍କ ବାପାମାଆଙ୍କୁଭେଟି ସୂରଜଙ୍କ ଏଭଳି ମହତ କାମ ପାଇଁ ବାପାମାଆଙ୍କୁ ଧନ୍ୟବାଦ ଦେବା ସହ ଗରିବ ପରିବାରକୁ ସହାୟତା କରିଛନ୍ତି। ସରକାରଙ୍କ ତରଫରୁ ସୂରଜଙ୍କ ବାପା ବାବୁଲି ସେଠୀ ଓ ମାଆ ଗୀତାଞ୍ଜଳି ସେଠୀଙ୍କୁ ଜମି ଓ ବିଜୁ ପକ୍କା ଘର ଯୋଗାଇ ଦିଆଯିବ। ତା’ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ ୫ ଲକ୍ଷ ଟଙ୍କା ଦିଆଯିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ- ଅକ୍ଟୋବର ୨୯ରେ ସୁରଟ ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ସୂରଜ। ଆଉ ୪ ଦିନ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ନଭେମ୍ବର ୨ ତାରିଖରେ ଆଖି ବୁଜିଥିଲେ ସେ। ହେଲେ ମୃତ୍ୟୁ ପୂର୍ବରୁ ସୂରଜ ନିଜ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଦାନ କରିଥିଲେ। ହୃତପିଣ୍ଡ, ଯକୃତ, ବୃକକ ଓ ଚକ୍ଷୁ ଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଥିଲେ। ତେବେ ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୋଇଥିବା ସୂରଜଙ୍କ ଏଭଳି ମହତକାମ ପାଇଁ ସାରା ଓଡ଼ିଶା ଗର୍ବ କରୁଥିବା ବେଳେ ଆଜି ତାଙ୍କ ଉଦ୍ଦେଶ୍ୟରେ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.