Home ଓଡ଼ିଶା ମୂଲ୍ୟବୋଧ ଭିତ୍ତିକ ଶିକ୍ଷାହିଁ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଂଚାଇଥାଏ

ମୂଲ୍ୟବୋଧ ଭିତ୍ତିକ ଶିକ୍ଷାହିଁ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଂଚାଇଥାଏ

275

ନୟାଗଡ଼, ୧୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ମାଟ୍ରିକ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଜୁମ୍ ଆପ୍ ମାଧ୍ୟମରେ ନୟାଗଡ଼ର ଶିକ୍ଷା ସମୂହ ସଂଗଠନ ଦ୍ୱାରା ବଟ କିଶୋର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ମୁଖ୍ୟବକ୍ତାଭାବେ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଯୋଗଦେଇଥିଲେ। ଭିଡିଓ କନଫେରେନ୍ସି ମାଧ୍ୟମରେ ଆୟୋଜିତ ଉତ୍ସବରେ ୨୫୦ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ସେମାନଙ୍କ ପାଖକୁ ମାନପତ୍ର ଓ ପୁରଷ୍କାର ପଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ସମତେ ୩୮୦ଜଣ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ସେମାନଙ୍କର ଲକ୍ଷ୍ୟ ଓ ସାଧନା ଉପରେ ପଚାରି ବୁଝିଥିଲାବେଳେ ଏପରି ଏକ ମେଧା ସମ୍ମାନ ନୟାଗଡ଼ ଜିଲାରେ ପ୍ରଥମ ହୋଇଥିବାରୁ ଏପରି ନୂଆ ପ୍ରୟାସକୁ ଊଚ୍ଚଶିକ୍ଷା ମନ୍ତ୍ରୀ ଡ-ସାହୁଙ୍କୁ ଭୂରିଭୂରି ପ୍ରଶଂସା କରିବା ସହିତ ଏପରି ମେଧା ସମ୍ମାନ ଭଳି ଏକ ଅଭିନମ ପ୍ରୟାସକୁ ଅନ୍ୟ ଜିଲାବାସୀ ଅନୁକରଣ ସହ ଅନୁଶରଣ କରିବେ ବୋଲି କହିଥିଲେ। ମୁଖ୍ୟବକ୍ତା ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ସାହୁ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ସବୁରି ମୂଳରେ ନିଷ୍ଠା ହିଁ ସଫଳତାର ଚାବିକାଠି ବୋଲି କହିଥିଲେ। ସେ କହିଥିଲେଯେ ପାଠ ଗ୍ରହଣ କରିବାର ଲକ୍ଷ୍ୟ ରହିଲେ ଜଣେ ଆଗକୁ ବଢି ପାରିବ। ଆମେ ଯେତେ ଉପରକୁ ଗଲେ ମଧ୍ୟ ମା’ମାଟି ଓ ମମତାକୁ ଭୁଲିବାର ନୁହେଁ। ମା’ମାଟିକୁ ଭଲପାଇବା ସହ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ରହିଲେ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଂଚିବା ସୁଗମ ହୋଇଥାଏ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଆଜି ନୟାଗଡ଼ ମ୍ୟୁନିସିପାଲିଟିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ମେଧା ସମ୍ମାନ ଉତ୍ସବ ଆୟୋଜନ କରାଯାଇଥିଲାବେଳେ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ବଢାଇବା ଲକ୍ଷ୍ୟରେ ଏହା ବ୍ଳକ ସ୍ତରରେ ମଧ୍ୟ ଆୟୋଜନ କରାଯିବ ବୋଲି କହିଥିଲେ। ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ଏଥିରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.