Home କେନ୍ଦ୍ରାପଡ଼ା ମୁହାଁମୁହିଁ ବାଇକ ଧକ୍କାରେ ଯୁବକର ମୃତ୍ୟୁ

ମୁହାଁମୁହିଁ ବାଇକ ଧକ୍କାରେ ଯୁବକର ମୃତ୍ୟୁ

68

କେନ୍ଦ୍ରାପଡା, ୧/୧୧ – (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ମୁହାଁମୁହିଁ ୨ଟି ବାଇକର ଧକ୍କା ହେବା ଫଳରେ ଜଣେ ବାଇକଚାଳକ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ଗୈାଡଗାଁ ଗ୍ରାମର କୁଳମଣି ରାଉତଙ୍କ ପୁଅ ପ୍ରସନ୍ନ କୁମାର ରାଉତ(୪୩) ଶନିବାର ରାତିରେ ପାରାଦୀପରୁ ଗ୍ରାମକୁ ଏକ ବାଇକରେ ଫେରୁଥିବା ବେଳେ କଳପଡା ପୋଲ ନିକଟସ୍ଥ ରାସ୍ତାରେ ଅନ୍ୟ ଏକ ବାଇକ ତାଙ୍କୁ ମୁହାଁମୁହିଁ ଧକ୍କା ଦେବାରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସଦର ଥାନା ପୋଲିସ ଥାନା କେଶ ନମ୍ବର ୨୬୦/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.