Home ଜିଲ୍ଲା ପରିକ୍ରମା ମୁଳଗାଁରେ ଚତୁର୍ଦ୍ଧା ମୂର୍ତିଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମୁଳଗାଁରେ ଚତୁର୍ଦ୍ଧା ମୂର୍ତିଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

6

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ମୁଳଗାଁ ସ୍ଥିତ ପତିତପାବନ ମଠ ପରିସରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ (ଚତୁର୍ଦ୍ଧା ମୂର୍ତି) ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୂତନ ବିଗ୍ରହ ଙ୍କ ର ପ୍ରତିଷ୍ଠା ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହେଉ ଥିବାବେଳେ,ଏହି ଅବସରରେ ଶତାଧିକ ମହିଳାମାନଙ୍କ ଦ୍ୱାରା ଏକ ବିଶାଳ କଳସ ଶୋଭାଯାତ୍ରା ମଠ ପରିସରରୁ ବାହାରି କପାଳି ନଦୀ ରୁ ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପିତ କରାଯାଇଥିଲା। ପରେ ଯଜ୍ଞ ମଣ୍ଡପରେ ବିଜ୍ଞ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ୱାରା ମହାଯଜ୍ଞ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସେ ବେଳର ଜଗନ୍ନାଥ ମୂର୍ତୀ ଙ୍କୁ ଯଥାବିଧି ଅନୁସାରେ ବିସର୍ଜନ ଦେବା ସହ ଚତୁର୍ଦ୍ଧା ମୂର୍ତିଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ତେବେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାଡମ୍ୱରରେ ଅନୁଷ୍ଠିତ ହେଉଥିବାବେଳେ, ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବିଶେଷ କରି ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦୀର କମିଟି ପକ୍ଷରୁ ପ୍ରସାଦ ସେବନ ଆୟୋଜନ କରାଯାଇଛି। ଆସନ୍ତା କାଲି ଚତୁ୍‌ଦ୍ଧାମୂର୍ତିଙ୍କ ନବଯୌବନ ବେଶ ଦର୍ଶନ ସହ ମହାଯଜ୍ଞ ର ପୂର୍ଣ୍ଣାହୁତି ହେବ।ମଠର ପୂଜକ ଟାଙ୍ଗୁ ବାବା ସହ ମୁଳଗାଁ ଗ୍ରାମର ଅଧିବାସୀମାନଂକ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରାଯାଇଛି। ଏହି ପ୍ରତିଷ୍ଠା ଉତ୍ସବରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ବିଜୁ ଜନତା ଦଳର ପୂର୍ବତନ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଭଦ୍ରକ ଜିଲ୍ଲାର ବିଶିଷ୍ଟ ସାମ୍ବାଦିକ ବୃନ୍ଦ, ବେତଡ଼ା ଯୁବ ସଭାପତି ସୁରଜିତ ପଣ୍ଡା, ବରିଷ୍ଠ ନେତା ନିତ୍ୟାନନ୍ଦ ରାଉତ, କୁମାର କେସରୀ ନାୟକ, ମାନସ ରଞ୍ଜନ ମହାକୁଡ, ସୁଦର୍ଶନ ବେହେରା, ଜୋଗେନ୍ଦ୍ର ନାୟକ, ସନ୍ତୋଶ ନାୟକ, ହିମାଂଶୁ ରାଉତ, ନରେନ୍ଦ୍ର ବାରିକ, ଯୁବନେତା ଦେବାଶିଷ ଭାରତୀ ପ୍ରମୁଖ ଯୋଗଦେଇ ମହାପ୍ରଭୁଙ୍କ ଆଶିର୍ବାଦ କୃପା ଲାଭ କରିବା ସହ ସଭିଙ୍କ ମଙ୍ଗଳ କାମନା କରିଛନ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.