ବଲାଙ୍ଗୀର, ୧୫/୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ପଞ୍ଚାଯତ ସମିତି ସଭାଗୃହ ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ହଂସରାଜ ଜୈନ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇ ଥିଲେ।
ସମାନ୍ନିତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀମତି ସୁନ୍ଦରମତୀ ବାଗ, ବି ଡି ଓ ନରେସଚନ୍ଦ୍ର ବେହରା, ତହସିଲଦାର ନାରାୟଣ ସାହୁ, ଡାକ୍ତର ସଂଗ୍ରାମ କେଶରୀ ନାୟକ, ସାମ୍ବାଦିକ ଓ ଅନ୍ୟ ଅତିଥି ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋରୋନା ଯୋଦ୍ଧା ମାନଙ୍କୁ ସମାନ୍ନିତ କରାଯାଇ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହରା ପରିଚାଳନା କରୁଥିବାବେଳେ କମିଟି ସଦସ୍ୟ ନିମାଇଁ ଚରଣ ବଘାର ଧନ୍ୟବାଦ ଅର୍ପଣ କରିଥିଲେ।