Home Top News ମୁମ୍ବାଇର ଚେମ୍ବୁର ଓ ଭିକ୍ରୋଲିରେ କାନ୍ଥ ଭୁଶୁଡ଼ିବା ଫଳରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି –...

ମୁମ୍ବାଇର ଚେମ୍ବୁର ଓ ଭିକ୍ରୋଲିରେ କାନ୍ଥ ଭୁଶୁଡ଼ିବା ଫଳରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି – ପ୍ରଧାନମନ୍ତ୍ରୀଙ୍କ ଶୋକ, ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା

53

ମୁମ୍ବାଇ ୧୮ ଜୁଲାଇ (ଓଡ଼ିଆ ପୁଅ) ଗତ ରାତିରୁ ମୁମ୍ବାଇରେ ଲଗାତାର ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପରେ ମୁମ୍ବାଇର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇର ଚେମ୍ବୁରରେ ଭାରତ ନଗରେ ଘର (ଝୁଗି) ଉପରେ କାନ୍ଥ ଭୁଶୁଡ଼ିବା ପରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଲାଣ୍ଡଡସ୍ଲାଇଡ୍ ଯୋଗୁଁ ଏହି କାନ୍ଥ ଭୁଶୁଡି ପଡିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁଃଖଦ ଘଟଣାରେ ମୃତ ଘଟଣା, ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକଟ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି। ଏତଦ୍ ବ୍ୟତୀତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ପାଣିପାଗ ବିଭାଗ ଆଜି ରେଡ ଆଲର୍ଟ ଜାରି କରିଛି। ଅର୍ଥାତ୍ ଆଜି ଦିନସାରା ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ଏବଂ ଏହାର ପ୍ରଭାବରେ ସମଗ୍ର ମୁମ୍ବାଇ ଜଳମଗ୍ନ ହୋଇଛି। ମୁମ୍ବାଇ ସହିତ ଲାଗିଥିବା ଥାନେ, ପାଲଘର ଏବଂ ରାଇଗଡ ମଧ୍ୟ ଆଜି ପ୍ରବଳ ବର୍ଷା ହେବାର ସାକ୍ଷୀ ରହିଛନ୍ତି। ଅନେକ ଅଞ୍ଚଳରେ ଜଳ ଘରେ ପ୍ରବେଶ କରିଛି। ବର୍ଷା ଯୋଗୁଁ ରେଲୱେ ଟ୍ରାକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅର୍ଥାତ୍ ଆଜି ସ୍ଥାନୀୟ ୟାତାୟତ ମଧ୍ୟ ପ୍ରଭାବିତ ହେବ।

ଘଟଣାର କିଛି ସମୟ ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପୋର୍ସ (ଏନଡିଆରଏଫ) ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରବଳ ବର୍ଷା ହେତୁ ଏହି ଅଞ୍ଚଳରେ ଭୂସ୍ଖଳନ ଘଟିଥଲା ବୋଲି NDRF ନିଶ୍ଚିତ କରିଛି। ଏହି ଘଟଣା ଯୋଗୁଁ ପାଖାପାଖି ୫ ଟି ଘର ମଧ୍ୟ ପ୍ରଭାବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.